ରେପୋ ରେଟ୍‌ ଅପରିବର୍ତ୍ତିଲା ରଖିଲା ଆର୍‌ବିଆଇ

ରେପୋ ରେଟ୍‌ ଅପରିବର୍ତ୍ତିଲା ରଖିଲା ଆର୍‌ବିଆଇ

ରେପୋ ରେଟ୍‌ ଅପରିବର୍ତ୍ତିଲା ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମନିଟାରି ପଲିସି ସମୀକ୍ଷାରେ ପଲିସି ରେଟ୍  ଅପରିବର୍ତ୍ତିତ ରଖାଯାଇଛି।  ଆଜି ଦ୍ୱିମାସିକ ମନିଟାରି ପଲିସି ରିଭ୍ୟୁର ଫଳାଫଳ ଘୋଷଣା କରି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି, ରେପୋ ରେଟ୍ ୪%ରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖାଯାଇଛି। 

ଆବଶ୍ୟକ ବେଳେ ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପାଣ୍ଠି ଉଧାର ଦିଏ। ମୁଦ୍ରସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଏହା ହେଉଛି ରିଜର୍ଭ ବ୍ୟାଙ୍କର ଏକ ଜାତୀୟ ଉପକରଣ। ସେହିପରି, ରିଭର୍ସ ରେପୋ ରେଟ୍ରେ ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ଗୁଡ଼ିକରୁ ଉଧାର ଆଣେ।

 ମନିଟାରି ପଲିସି କମିଟିର ବିଗତ ୭ଟି ସମୀକ୍ଷା ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା। ଗତ ବୁଧବାର ଦିନ ଆରମ୍ଭ ହୋଇଥିବା ୩ ଦିନିଆ ମନିଟାରି ପଲିସି କମିଟିର ଅଷ୍ଟମ ବୈଠକରେ ମଧ୍ୟ ପ୍ରମୁଖ ରେଟ୍ଗୁଡ଼ିକରେ ପରିବର୍ତ୍ତନ କରାଯାଇନାହିଁ। ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ଏମ୍ପିସି ସର୍ବସମ୍ମତିକ୍ରମେ ମତ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫୀତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ଏମ୍ପିସି କହିଛି। ଗୃହ ଏବଂ ଗାଡ଼ି ଋଣକର୍ତ୍ତାମାନଙ୍କ ପାଇଁ ଏବେ ପ୍ରଚଳିତ ଥିବା ‘ଇଏମ୍ଆଇ’ ପୂର୍ବ ପରି କାଏମ ରହିବ ବୋଲି ‘ମନିଟାରି ପଲିସି କମିଟି’ ଘୋଷଣା କରିଥିବା ଫଳାଫଳରୁ ଜଣାପଡ଼ିଛି।