ଜିଓକୁ ଟକ୍କର ଦେବା ପାଇଁ ଭୋଡ଼ାଫୋନ୍ ଆଣିଲା ନୂଆ ପ୍ଲାନ୍
ଜିଓକୁ ଟକ୍କର ଦେବା ପାଇଁ ଭୋଡ଼ାଫୋନ୍ ଆଣିଲା ନୂଆ ପ୍ଲାନ୍
admin
Oct 15, 2019 - 12:24
Updated: Oct 15, 2019 - 12:24
ନୂଆଦିଲ୍ଲୀ : ଭାରତର ଦିଗ୍ଗଜ ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍,ଏୟାରଟେଲ୍ ଏବଂ ଜିଓ ଭଳି କମ୍ପାନୀକୁ ଟକ୍କର ଦେବା ପାଇଁ ୬୯ଟଙ୍କାର ପ୍ରିପେଡ ପ୍ଲାନ୍ ରୋଲ୍ ଆଉଟ କରିଛି। ଏହା ପୂର୍ବରୁ କମ୍ପାନୀ ଅଲ୍ ରାଉଣ୍ଡର ପ୍ୟାକ୍ ସିରିଜ ଅନୁସାରେ ୩୫ଟଙ୍କା,୬୫ଟଙ୍କା,୧୪୫ଟଙ୍କା ଏବଂ ୨୪୫ଟଙ୍କାର ରିଚାର୍ଜ ପ୍ୟାକକୁ ଭାରତୀୟ ଟେଲିକମ୍ ବଜାରରେ ଆଣିଥିଲା। ଆସନ୍ତୁ ଜାଣିବା ଭୋଡ଼ାଫୋନର ୬୯ଟଙ୍କାର ପ୍ଲାନରେ କ’ଣ ଖାସ୍ ମିଳିବ।ଭୋଡ଼ାଫୋନର ଏହି ରିଚାର୍ଜ ପ୍ଲାନକୁ ବିହାର,ତେଲେଙ୍ଗାନା,ଦିଲ୍ଲୀ ଏନସିଆର,ଗୁଜୁରାଟ ଏବଂ କର୍ଣ୍ଣାଟକ ଆଦି ସ୍ଥାନରେ ଆରମ୍ଭ କରିଛି। ଉପଭୋକ୍ତାଙ୍କୁ ଏହି ପ୍ୟାକରେ ୧୫୦ଲୋକାଲ ଏବଂ ଏସଟିଡି ମିନିଟ ସମେତ ୨୫୦ଏମବି ଡାଟା ମିଳିବ। ଏହା ସହିତ ୧୦୦ ଏସଏମଏସ୍ ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୨୮ଦିନ ରହିଛି।ଏହି ରିଚାର୍ଜ ପ୍ଲାନର ୟୁଜର ସମୟ ସୀମାକୁ ବଢ଼ାଇ ପାରିବେ। ଏହା ବ୍ୟତୀତ ଗ୍ରାହକ ଭୋଡ଼ା-ଆଇଡିଆର ୩୫ଟଙ୍କା,୬୫ଟଙ୍କା ଏବଂ ୨୪୫ଟଙ୍କାର ପ୍ରିପେଡ ପ୍ଲାନର ଲାଭ ଉଠାଇ ପାରିବେ।ଭୋଡ଼ା-ଆଇଡିଆର ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଟେଲିକମ୍ କମ୍ପାନୀ ଏହା ବିଷୟରେ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛି।