ରାଜ୍ୟର ପ୍ରମୁଖ ୫ଟି ରେଳଷ୍ଟେସନର ସୁରକ୍ଷା ବଢିବ : ରେଲ୍‌ଓ୍ବେ ଏଡିଜି

ରାଜ୍ୟର ପ୍ରମୁଖ ୫ଟି ରେଳଷ୍ଟେସନର ସୁରକ୍ଷା ବଢିବ : ରେଲ୍‌ଓ୍ବେ ଏଡିଜି

ରାଜ୍ୟର ପ୍ରମୁଖ ୫ଟି ରେଳଷ୍ଟେସନର ସୁରକ୍ଷା ବଢିବ : ରେଲ୍‌ଓ୍ବେ ଏଡିଜି
ଭୁବନେଶ୍ୱର:ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ରୋକିବାକୁ ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ବୃଦ୍ଧି କରାଯିବ । ରେଳ ସୁରକ୍ଷା ବୈଠକ ପରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଗତକାଲି ନୂଆଦିଲ୍ଲୀରେ ବସିଥିବା ବୈଠକରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଥିଲେ । ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଥିଲେ । ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେଳ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧିସହିତ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ସିକ୍ୟୁରିଟି ସ୍କିମ୍‌ ଅନୁସାରେ ସୁରକ୍ଷା ବଢାଯିବା ଉପରେ ଆଲୋଚନା ହୋଇଛି । ଏତଦ୍‌ବ୍ୟତୀତ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା, ସମସ୍ତ ରେଳ ଷ୍ଟେସନକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌, ଷ୍ଟେସନରେ ସବୁ ଅଞ୍ଚଳରେ ସିସିଟିଭି ନେଇ ବ୍ୟବସ୍ଥା ଓ ପ୍ରତି ଷ୍ଟେସନରେ ଡିସ୍‌ପ୍ଲେ ବୋର୍ଡ ଲଗାଯିବ ନେଇ ଗୁରୁତ୍ବ ଦିଆଯାଇଛି ।