ବିଜେପି ଛାଡିଲେ ଦାମ

ବିଜେପି ଛାଡିଲେ ଦାମ

ବିଜେପି ଛାଡିଲେ ଦାମ
ଭୁବନେଶ୍ୱର:ବିଜେପି ଛାଡିଲେ ବରିଷ୍ଠ ନେତା ଦାମୋଦର ରାଉତ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପରେ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କଲେ ଦାମ । ବିଜେପି ଛାଡ଼ିବା ପରେ ଦାମ କହିଛନ୍ତିଯେ, ଦଳର କୌଣସି ନିଷ୍ପତିରେ ମୋତେ ସାମିଲ କରାଯାଉନି । ମୋତେ କୌଣସି ଦଳୀୟ କାର୍ଯକ୍ରମକୁ ଡକାଯାଉନାହିଁ । ବିଜେଡ଼ିରୁ ବହିଷ୍କାର ପରେ ଦୁର୍ନୀତି ବିରୋଧରେ ପ୍ରଚାର କରୁଥିଲି । ବରିଷ୍ଠ ନେତାମାନେ ମୋତେ ଦିଲ୍ଲୀ ନେଇ ବିଜେପିରେ ମିଶାଇଥିଲେ । ହେଲେ ସାଧାରଣ ନିର୍ବାଚନ ପରେ ବିଜେପି ମୋ ଆବଶ୍ୟକତା ଅନୁଭବ କରୁନାହିଁ । ୪୫ ବର୍ଷର ରାଜନୀତି ପରେ ବସି ରହିଲେ ମାନସିକ ଅସନ୍ତୁଳନ ହୋଇଥାଏ । ମୋର ବୟସ ଅଧିକ ହୋଇଗଲାଣି । ପୁଅ ବି ବିଧାୟକ ହେଲାଣି । ତେଣୁ ନିର୍ବାଚନ ରାଜନୀତିରେ ଘାଂଟି ଚକଟି ହେବାକୁ ଚାହୁଁନାହିଁ । ମୁଁ କୌଣସି ଦଳରେ ଯୋଗ ଦେବିନାହିଁ । ବିଜେଡ଼ି ପକ୍ଷରୁ ନିମନ୍ତ୍ରଣ ଆସିଲେ ଯୋଗଦେବେକି ପ୍ରଶ୍ନର ଉତରରେ ଦାମ କହିଛନ୍ତିଯେ, ସେ ବେଳ ଆସିଲେ ବିଚାର କରିବେ ।