ତଦନ୍ତ ନସରି ବୟାନବାଜି ଠିକ ନୁହେଁ: ସସ୍ମିତ ପାତ୍ର

ତଦନ୍ତ ନସରି ବୟାନବାଜି ଠିକ ନୁହେଁ: ସସ୍ମିତ ପାତ୍ର

ତଦନ୍ତ ନସରି ବୟାନବାଜି ଠିକ ନୁହେଁ: ସସ୍ମିତ ପାତ୍ର
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଉ ଏହାକୁ ନେଇ ରାଜନୀତି ବି ଜୋର ଧରିଛି । ଏହି ଘଟଣାକୁ ନେଇ ଉଭୟ ବିଜେବି ଓ କଂଗ୍ରେସ ରାଜ୍ୟ ବିଜେଡି ସରକାରଙ୍କୁ ଘେରିଛନ୍ତି । ତେବେ ଏନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପିଇଓ ସ୍ମିତାରାଣୀଙ୍କ ମୃତୁ୍ୟ ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣା । ପୁଲିସ ଏନେଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମାମଲାର ତଦନ୍ତ ସରିନାହିଁ କି ନିର୍ଯାସ ବାହାରିନି । ତଦନ୍ତ ନସରିବା ପୂର୍ବରୁ ଏହି ମାମଲାକୁ ନେଇ ବିଜେପି ଓ କଂଗ୍ରେସ କେବଳ ରାଜନୀତି କରୁଛନ୍ତି । ତଦନ୍ତ ନସରିବା ପୂର୍ବରୁ ଏହି ମାମଲାରେ ମନ୍ତବ୍ୟ ଓ ବୟାନବାଜି ଠିକ ନୁହେଁ । ପ୍ରକାଶ ଯେ, ସ୍ମିତରାଣୀଙ୍କ ମୃତୁ୍ୟ ମାମଲାକୁ ନେଇ ବିଜେପି ନେତା ପ୍ରକାଶ ମିଶ୍ର ଏକ ସାମ୍ମଦିକ ସମ୍ମିଳନୀରେ ମାମଲାର ସିବିଆଇ ତଦନ୍ତ ଦାବି କରିବା ସହ ବହୁ ସଂଗୀନ ତଥ୍ୟ ଦେଇଥିଲେ । ସେ କହଥିଲେ ଯେ, ପାରିପାଶ୍ୱର୍ିକ ଅବସ୍ଥା ଦେଖିଲେ ସ୍ମିତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଭଳି ଲାଗୁଛି । ସେଠାରେ ସରପଞ୍ଚଙ୍କ ସ୍ୱାମୀ ସହ ଏକାଧିକ ଲୋକ ରହିଥିଲେ । କୌଣସି ସରକାରୀ ଯୋଜନା ପାଇଁ ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି । ସ୍ମିତାରାଣୀ ନମାନିବାରୁ ହୁଏତ ତାଙ୍କୁ ହତ୍ୟା କରାଯାଇଥାଇପାରେ । ଯଦି ବି ହତ୍ୟା ନୁହେଁ, ଆତ୍ମହତ୍ୟା ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କଲା । ତେବେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ହତ୍ୟା ଠାରୁ ବି ଅଧିକ ଜଘନ୍ୟ । ରାମକୋ ସିମେଣ୍ଟ କାରଖାନା ଅଧିକାରୀ ବି ସେ ଗେଷ୍ଟହାଉସକୁ ଆସନ୍ତି । ରାମକୋ ସହ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ନିବିଡ଼ ସମ୍ପର୍କ ଅଛି । ଘଟଣାରେ କୌଣସି ରାମକୋ ସିମେଣ୍ଟ ଅଧିକାରୀ ସମ୍ପୃକ୍ତ ଥାଇପାରନ୍ତି । ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ ମିଶ୍ର କହିଥିଲେ ।