ହ୍ୱାଟ୍ସଅପ ନମ୍ବର ହ୍ୟାକିଂ, କ୍ରାଇମବ୍ରାଞ୍ଚରେ ଏତଲା

ହ୍ୱାଟ୍ସଅପ ନମ୍ବର ହ୍ୟାକିଂ, କ୍ରାଇମବ୍ରାଞ୍ଚରେ ଏତଲା

ହ୍ୱାଟ୍ସଅପ ନମ୍ବର ହ୍ୟାକିଂ, କ୍ରାଇମବ୍ରାଞ୍ଚରେ ଏତଲା
ଭୁବନେଶ୍ୱର: ଟେକ୍ନୋଲୋଜି ଆମକୁ ଯେତିକି ସୁବିଧା ଦେଉଛି, ସେତିକି ଅସୁବିଧାରେ ପକାଉଛି । କେତେକ ଅସାଧୁ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ କିଭଳି ସଂଗଠିତ ଅପରାଧମାନ ଘଟାଉଛନ୍ତି ତାହାର ଅନେକ ନଜିର ଆମେ ଦେଖିବାକୁ ପାଇଛେ । ହ୍ୱାଟ୍ସଅପ ନମ୍ବରକୁ ହ୍ୟାକିଂ କରି ଲୋକମାନଙ୍କୁ କେତେକ ବ୍ୟକ୍ତି ହଇରାଣ କରୁଥିବା ଜଣାପଡ଼ିଛି । ଜଣେ ବ୍ୟକ୍ତିଙ୍କ ହ୍ୱାଟ୍ସଅପ ନମ୍ବରକୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁୁତାବକ କଟକ ଜିଲ୍ଲା ବାରଙ୍ଗ ଗୋଡ଼ିସାହି ଅ ଳର ଖଗେଶ୍ୱର ବେଜ ନାମକ ଜଣେ ବ୍ୟକ୍ତି ଗତ ୬ ମାସ ଧରି ଏକ ହ୍ୱାଟ୍ସଅପ ନମ୍ବର ବ୍ୟବହାର କରିଆସୁଥିଲେ । କିନ୍ତୁ ଉକ୍ତ ନମ୍ବରକୁ କେହି ଜଣେ ହ୍ୟାକ କରି ଶ୍ରୀ ବେଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରୁଛି । ଯାହାକୁ ନେଇ ଶ୍ରୀ ବେଜ କ୍ରାଇମବ୍ରାଞ୍ଚରେ ସାଇବର ସେଲରେ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ବ ର୍ମାନ ତଦନ୍ତ ଜାରି ରହିଛି ।