ପହଂଚିଲା କଳ୍ପନାଙ୍କ ମରଶରୀର

ପହଂଚିଲା କଳ୍ପନାଙ୍କ ମରଶରୀର

ପହଂଚିଲା କଳ୍ପନାଙ୍କ ମରଶରୀର
ଭୁବନେଶ୍ୱର : ଆଜି ଓଡ଼ିଶାରେ ପହଞ୍ଚିଛି ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ଦିଲ୍ଲୀରୁ ବିମାନ ଯୋଗେ କଳ୍ପନାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି। ଷ୍ଟାଡିୟମରେ ଶେଷ ଦର୍ଶନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଜନସାଧାରଣ, ବୁଦ୍ଧିଜୀବୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୂଚନାଯୋଗ୍ୟ, ଏଭରେଷ୍ଟ ଆରୋହଣ କରି ତଳକୁ ଆସିବା ବେଳେ ଗତ ମେ ୨୩ରେ ପର୍ବତାରୋହିଣୀ କଳ୍ପନାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ରାଜ୍ୟରେ ଶୋକ ଛାୟା ଖେଳିଯାଇଛି।