ଦୁଇଦିନ ବର୍ଷା ହେବାର ସମ୍ଭାବନା
ଦୁଇଦିନ ବର୍ଷା ହେବାର ସମ୍ଭାବନା
admin
Mar 11, 2019 - 09:49
Updated: Mar 11, 2019 - 09:49
ଭୁବନେଶ୍ୱର: ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସାରା ଓଡିଶାରେ ପାଗ ଶୁଖିଲା ରହିବ । ଏହା ପରେ ପାଗର ସାମାନ୍ୟ ପରିବର୍ତ୍ତନ ହେବ।ଏହାଦ୍ୱାରା ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ହୋଇପାରେ ବୋଲି ଭୁବନେଶ୍ୱର ଆଚଂଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି ।
ସୂଚନା ଅନୁଯାୟୀ, ପାଗର ପରିବର୍ତନ ହେବା ସହ ଦକ୍ଷିଣ-ପଶ୍ଚିମ ଓଡିଶାରେ ଅଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡଡିଛି । ୧୩ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ନବରଙ୍ଗପୁର, ବୌଦ୍ଧ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।ରହିବ। ୧୪ ତାରିଖ ଦିନ ଉତ୍ତର ଓଡ଼ିଶା ସହିତ କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଝଡ଼ବର୍ଷା ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।