ବାଜି ମାରିଲେ ଜିଲ୍ଲା ଓ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପ୍ରଥମ

ବାଜି ମାରିଲେ ଜିଲ୍ଲା ଓ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପ୍ରଥମ

ବାଜି ମାରିଲେ ଜିଲ୍ଲା ଓ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପ୍ରଥମ
ପାରାଦୀପ:(ଲକ୍ଷ୍ମୀନାରାୟଣ ସାହୁ): ଦୀର୍ଘ ମାସ ଧରି ନିଜ ନିଜର ପୂଜା ମଣ୍ଡପ ଗୁଡ଼ିକୁ ସଜେଇବାରେ ଲାଗିଥିବା କମିଟି ଗୁଡ଼ିକୁ ଆଜି ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଗନ୍ନାଥ ଓ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଏକାଧିକ ପୁରସ୍କାର ହାତେଇଛି । ପୂଜା ମଣ୍ଡପ ଭିତର ସାଜସଜ୍ଜା ପାଇଁ ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ଆଲୋକ ସଜ୍ଜାରେ ଦ୍ୱିତୀୟ ଓ ମେଢ଼ରେ ମଧ୍ୟ ଦ୍ୱିତୀୟ ପୁରସ୍କାର ମିଳିଛି । ସେହିପରି ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ଉଭୟ ମେଢ଼ ଓ ଆଲୋକ ସଜ୍ଜାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଡମ୍ଫର ସଂଘ ମେଢ଼ରେ ଦ୍ୱିତୀୟ ସ୍ଥାନ ଓ ମଣ୍ଡପ ଭିତର ସାଜସଜ୍ଜାରେ ତୃତୀୟ ସ୍ଥାନ ଅଧିକାର କରିଛି । ଅନ୍ୟମାନଙ୍କ ମଧ୍ୟରେ ମେଢ଼ ଓ ଆଲୋକ ସଜ୍ଜାରେ ଓମ୍ଫା ତୃତୀୟ ସ୍ଥାନରେ ଥିବା ବେଳେ ଭିତର ସାଜସଜ୍ଜାରେ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘକୁ ତୃତୀୟ ପୁରସ୍କାର ମିଳିଛି । ଏହି ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ବିଧାୟକ ସମ୍ବିତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର, ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।