ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ଧର୍ମଗଡ:ଜୁନାଗଡ ଜାରିଙ୍ଗ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଗଣଦୁଷ୍କର୍ମ ଭାଇରାଲ ପରେ ଜୁନାଗଡ ଥାନାରେ ଏତଲା ହୋଇଛି । ଭିଡିଓରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଆରମ୍ଭ କରିଛି । ଭବାନୀପାଟଣାରୁ ଜଣଙ୍କ ବାଇକରେ ଫେରିବା ପରେ ଛାତ୍ରୀ ଜଣଙ୍କ ଗଣଦୁଷ୍କର୍ମର ଶୀକାର ହୋଇଥିଲେ । ତାଙ୍କୁ ବାଇକରେ ବସାଇ ଆଣୁଥିବା ବ୍ୟକ୍ତି ଜଣଙ୍କ ଅଟକ ରଖି ପୋଲିସ ପଚରାଉଚରା କରୁଛି । ୧୪ ତାରିଖ ଦିନ ଛୁରି ଦେଖାଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୪/୫ ଜଣ ଯୁବକ ଏପରି କାଣ୍ଡ ଭିଆଇଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି ।