ପୁଣି ଶବରୁ ଆଖି ଗାଏବ

ପୁଣି ଶବରୁ ଆଖି ଗାଏବ

ପୁଣି ଶବରୁ ଆଖି ଗାଏବ
ଭୁବନେଶ୍ୱର:ଅନୁଗୁଳ ମେଡିକାଲରେ ପୁଣି ଶବରୁ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିର ଆଖି ତାଡି ନିଆଯାଇଛି । ଦୁର୍ଘଟଣାରେ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ ଶବ ଅଣାଯାଇଥିଲା । ରାତିରେ ଆଖି ତାଡି ନିଆଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ନେଇ ମେଡିକାଲ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଦୁଇ ଦିନ ତଳେ ଅନୁଗୁଳ ମେଡିକାଲ ବିରୋଧରେ ସମାନ ଅଭିଯୋଗ ହୋଇଥିଲା । ମୃତ ଶିଶୁ କନ୍ୟାର ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଥିଲା ।