ଟ୍ରେନରେ ଲାଗିଲା ନିଆଁ

ଟ୍ରେନରେ ଲାଗିଲା ନିଆଁ

ଟ୍ରେନରେ ଲାଗିଲା ନିଆଁ
ରାଉରକେଲା : ମୁମ୍ବାଇ-ହାୱଡା ଲୋକମାନ୍ୟ ତିଲକ୍ ଏକକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଛି । ଝାଡଖଣ୍ଡର ଲୋଟାପାହାଡ- ଚକ୍ରଧରପୁର ଷ୍ଟେସନ ମଝିରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାତ୍ରୀ ନିଜକୁ ରକ୍ଷା କରିବା ଲାଗି ଜୀବନ ବିକଳରେ ଟ୍ରେନରୁ ଡେଇଁ ପଡିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି । ଯାନ୍ତ୍ରୀକ ତ୍ରୁଟି କାରଣରୁ ଗୋଟିଏ ବଗିରେ ନିଆଁ ଲାଗି ଥିଲା । କିଛି ସମୟ ପରେ ଅଗ୍ନିଶମ ବାହାନୀ ଘଟଣାସ୍ଥଳୟରେ ପହଁଚି ନିଆଁକୁ ଆୟତ କରିଛନ୍ତି । ପ୍ରାୟ ଘଂଟାଏ ଧରି ସ୍ଥିତି ସ୍ୱାଭାବିକ ହେବା ପରେ ଟ୍ରେନଟି ନିଜ ମାର୍ଗରେ ଯାଇଛି ।