ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି

ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି

  ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଆଉ ନାହାନ୍ତି
ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡ଼ିକାଲରେ ରବିବାର ୯ଟା ୧୫ରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୧୯୫୬ ମାର୍ଚ୍ଚ ୭ରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ପାଠପଢ଼ା ସମାପ୍ତ କରିଥିଲେ । ଛାତ୍ର ଜୀବନରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ବିଭିନ୍ନ ବାଦ୍ୟଯନ୍ତ୍ର କିଣି ନିଜେ ବଜେଇ ଶିଖିବା ସହ, ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ । ଶ୍ରୀ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ର ‘ତୁମେ ମୋ ରାଧା ତୁମୋ ମୋ ସୀତା’ ଗୀତରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ‘ସଉତୁଣୀ’, ଆରତୀ, ଚିହ୍ନାଅଚିହ୍ନା, କାବେରୀ, ପକା କମ୍ବଳ ପୋତଛତା, ଅନ୍ୟାୟ ସହିବି ନାହିଁ, ଦେଖ ଖବର ରଖ ନଜର ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏପର୍ୟ୍ୟନ୍ତ ୧୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୮୩ଟି ଗୀତିନାଟ୍ୟ ତଥା ୧୨ ହଜାରରୁ ଅଧିକ ଗ୍ରାମୋଫୋନ ରେକର୍ଡ଼ ସହିତ ବେତାର, ଦୂରଦର୍ଶନ ପାଇଁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ।