ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବୀ

ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବୀ

ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବୀ
ଭୁବନେଶ୍ୱର: ବିଧାନସଭାକୁ ଅପରାହ୍ଣ ୩ଟା ଯାଏଁ ମୁଲତବୀ କରାଯାଇଛି । ତିନି ତଲାକ ବିଲ ନେଇ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାରେ ଗୃହରେ ହୋହଲ୍ଲା ହୋଇଥିଲା । ଶ୍ରୀ ସେଠୀ ତିନ ତଲାକ ପ୍ରସଙ୍ଗକୁ ନେଇ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ । ଯାହାକୁ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ବିରୋଧ କରିବା ସହ ହୋହଲ୍ଲା କରିଥିଲେ । ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ଯାଏଁ ମୁଲତବୀ କରିଦେଇଛନ୍ତି ।