ଏସପି ଅଫିସ ଘେରାଉ

ଏସପି ଅଫିସ ଘେରାଉ

ଏସପି ଅଫିସ ଘେରାଉ
ବଲାଙ୍ଗିର: ଲକ୍ଷ୍ମୀନଗରପଡ଼ାର ନିଖୋଜ ଥିବା ଶିଶୁର ବଳି ସନେ୍ଦହରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସେଥିଲାଗି ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ସିପିଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକ ଘେରାଉ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଲୋକଙ୍କର ଉତେଜନା ଦେଖାଦେଇଥିଲା । ଘଟଣାରୁ ଜଣାପଡୁଛି ଯେ ଗତ ୪ରେ ଲକ୍ଷ୍ମୀନଗରପଡାରୁ ୫ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ଲୋକେ ଶିଶୁକୁ ବହୁ ଖୋଜାଖୋଜି କରିବା ପରେ ପାଇ ନ ଥିଲେ । ଶେଷରେ ପରିବାର ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଜୋର ନାଳର ଗାତରେ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ।