ସରପଞ୍ଚ ଗିରଫ

ସରପଞ୍ଚ ଗିରଫ

ସରପଞ୍ଚ ଗିରଫ
ଭଦ୍ରକ: ପଞ୍ଚାୟତକୁ ଆସୁଥିବା ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚ ଗିରଫ ହୋଇଛନ୍ତି । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ମୌସୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବ୍ରଜକିଶୋର ମଲ୍ଲିକ । ବାଁସଡ଼ା ପୋଲିସ ତାଙ୍କୁ ଗିରଫ କରିଛି । ବ୍ରଜକିଶୋର ମଲ୍ଲିକ ୨୦୧୦ରେ ମୌସୁଦାର ସରପଞ୍ଚ ଥିଲେ । ପଞ୍ଚାୟତର ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ଆସୁଥିବା ଟଙ୍କା ସେ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ସେ ୪ ଲକ୍ଷ ୩୦ ହଜାର ଟଙ୍କା ଆତ୍ମସାତ କରିଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ବ୍ରଜକିଶୋରଙ୍କୁ ଗିରଫ କରିଛି ।