ପୁରୀର ନୂଆ ଯୁବରାଜଙ୍କୁ ନେଇ ଫଟୋ ଭାଇରାଲ ପ୍ରସଙ୍ଗର ଖୁଲାସା
ପୁରୀର ନୂଆ ଯୁବରାଜଙ୍କୁ ନେଇ ଫଟୋ ଭାଇରାଲ ପ୍ରସଙ୍ଗର ଖୁଲାସା
admin
Sep 26, 2019 - 08:21
Updated: Sep 26, 2019 - 08:21
ପୁରୀ: ପୁରୀର ନୂଆ ଯୁବରାଜଙ୍କୁ ନେଇ ଫଟୋ ଭାଇରାଲ ପ୍ରସଙ୍ଗର ଖୁଲାସା ହୋଇଛି । ପୁରୀ ରାଜ ନଅର ପକ୍ଷରୁ ଯୁବରାଜ ଗୁଜବ ଉପରୁ ପର୍ଦ୍ଧାଫାସ କରାଯାଇଛି । ପୁରୀ ରାଜ ନଅର ପକ୍ଷରୁ ଫଟୋ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇଛି । ଫଟୋଟି ନୀଳଗିରି ଯୁବୀରାଜାଙ୍କର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଟୋଟି ଯୁବରାଜ ଟିକାୟତ ଜନ୍ମେଜୟ ମର୍ଦ୍ଧରାଜଙ୍କର ବୋଲି ଜଣାଯାଇଛି । ଟିକାୟତ ଜନ୍ମେଜୟ ମର୍ଦ୍ଧରାଜ ନୀଳଗିରି ରାଜାଙ୍କର ଏମମାତ୍ର ସନ୍ତାନ । ଫଟୋଟି ତାଙ୍କ ନିର୍ବନ୍ଧ ସମୟର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୧୬ ଡିସେମ୍ବରରେ ତାଙ୍କ ନିର୍ବନ୍ଧ ହୋଇଥିବାବେଳେ ଫଟୋଟି ସେତେବେଳର ବୋଲି କୁହାଯାଇଛି । ବେଶ କିଛି ଦିନ ହେଲା ଉକ୍ତ ଫଟୋଟି ସୋସିଆଲ ମିଡିଆରେ ବୁଲୁଥିଲା । ଫଟୋରେ ପୁରୀ ଗଜପତି ଓ ମହାରାଣୀଙ୍କ ସହ ଜଣେ ଯୁବକ ରହିଛନ୍ତି । ସମ୍ପୃକ୍ତ ଯୁବକ ଗଜପତିଙ୍କ ଉତ୍ତରାଧିକାରୀ ବୋଲି ଗୁଜବ ଚାଲିଥିଲା ।
ତେବେ ଏହାକୁ ନେଇ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫଟୋକୁ ନେଇ କେହି ବଦମାସୀ କରିଛନ୍ତି । ଫଟୋଟି ୨୦୧୬ ମସିହାର । ମୋ ପୁଅ ନିର୍ବନ୍ଧ ସମୟରେ ଫଟୋଟି ଉଠାଯାଇଥିଲା । ପୁରୀ ରାଜା, ଢେଙ୍କାନାଳ ରାଜା ଆସିଥିଲେ । ଗ୍ରୁପ ଫଟୋ ଉଠିଥିଲା । କେହି ବଦମାସୀ କରି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ କରିଛି । ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ କରି ଭାଇରାଲ କରିଛି ।