ଗୃହରେ ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ

ଗୃହରେ ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ

ଗୃହରେ ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ
ଭୁବନେଶ୍ୱର: ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶୁକ୍ରବାର ଗୃହରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ । ନିଜର ବୟାନ ପାଇଁ ଦୁଃଖ ପ୍ରକାଶ କରିବା ସହ ଗୃହର ବିବରଣୀରୁ ବାଦ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି । ମୁଁ ଉଦେ୍ଧଶ୍ୟମୂଳକଭାବେ କହିନଥିଲି ବୋଲି ଶ୍ରୀ ସେଠୀ ଶୁକ୍ରବାର ଗୃହରେ କହିଥିଲେ । ତେବେ ଶ୍ରୀ ସେଠୀଙ୍କ ଦୁଃଖ ପ୍ରକାଶ ପରେ ତାଙ୍କ ବୟାନକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଏଥିସହ ମିଡିଆ ମଧ୍ୟ ଏ ସମ୍ପର୍କିତ ଖବର ଆଉ ପ୍ରକାଶ ନକରିବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି । ସେପଟେ ବିଷ୍ଣୁଙ୍କ ବିବାଦୀୟ ବୟାନ ନେଇ କଂଗ୍ରେସର ହଟ୍ଟଗୋଳ । ବିଷ୍ଣୁଙ୍କ କ୍ଷମା ଦାବି କରି ଗୃହ ଆରମ୍ଭରୁ ହୋହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ଯାହା ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଉ ତାରା କହିଛନ୍ତି, ରାଜ୍ୟରେ ଯେଭଳି ବିଜେଡି-ବିଜେପି ଭାଇ ଭାଇ , ଠିକ୍ ସେମିତି ଗୃହରେ ମଧ୍ୟ ତାହା ଦେଖିବାକୁ ମିଳୁଛି । କାରଣ ନାରୀ ଜାତିକୁ ସମ୍ମାନ ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଗତକାଲି ବିଷ୍ଣୁଙ୍କ ବୟାନ ପରେ ବସିଛି । ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି ଏପ୍ରସଙ୍ଗରେ ଚୁପ୍ ବସିଛି । ଆମର ଦାବି ବିଷ୍ଣୁ ଦେଇଥିବା ବିବାଦୀୟ ବୟାନ ପାଇଁ ସେ କ୍ଷମା ମାଗନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ବାଚସ୍ପତି ରୁଲିଂ ଡାକି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ , ବିଷ୍ଣୁଙ୍କ ବିବାଦୀୟ ବୟାନରେ ଦଳର କୌଣସି ସଂପୃକ୍ତି ନଥିବା କହିଛି ବିଜେଡି । ଏହା ବିରୋଧୀ ଦଳ ଉପନେତାଙ୍କ ନିଜସ୍ୱ ବିବୃତି । ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଆପତିଜନକ । ଗୃହର ମର୍ୟ୍ୟାଦା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ଯେହେତୁ ଆକ୍ଷେପ ରହିଛି ତାକୁ ପ୍ରତ୍ୟାହାର କରିନେବା ଉଚିତ । ସବୁଠାରୁ ବଡ଼କଥା ହେଲାକି , ଶେଷରେ ବିଷ୍ଣୁ ପଶ୍ଚାତାପ କରି ତାଙ୍କ ମନ୍ତବ୍ୟକୁ ବିବୃତିରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।