୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ : କୃଷିମନ୍ତ୍ରୀ

୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ : କୃଷିମନ୍ତ୍ରୀ

୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ : କୃଷିମନ୍ତ୍ରୀ
ଭୁବନେଶ୍ୱର: ଏଯାବତ ଯାଞ୍ଚ ପରେ କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କାଳିଆ ସମୀକ୍ଷା ବୈଠକ ପରେ ନିଜ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ସାହୁ ଏହା କହିଛନ୍ତି । ସେ କହିଛନ୍ତି ଯେ, ୨ ଲକ୍ଷ ୬୬ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ସରିଛି । ୨୭ ତାରିଖ ସୁଦ୍ଧା ପଞ୍ଚାୟତସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ । ୩୧ ତାରିଖ ସୁଦ୍ଧା ବ୍ଲକ ଓ ଜିଲ୍ଲାସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରିବ । ରାଜ୍ୟରେ ୫୧ । ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିଲେ । ୫୧ ଲକ୍ଷରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି । ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ପ୍ରକାଶ ଯେ, ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି । ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ । ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ । ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ । ସୂଚନା ଯୋଗ୍ୟ ଯେ, ସରକାର କାଳିଆ ଯୋଜନାରେ ୩୦ ଲକ୍ଷ ଚାଷୀଙ୍କୁ ୫ଟି ଫସଲ ପାଇଁ ୨୫ ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିପରି ୧୦ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଦେବା ପାଇଁ ଯୋଜନା ହୋଇଛି । ଏହାଛଡ଼ା ୫ ଲକ୍ଷ ଅସହାୟ ଚାଷୀ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ ।