ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭଦ୍ରକ ପୀରହାଟ ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଭଦ୍ରକ: ପୁଣି ମଦ ମାରିଲା ମଣିଷକୁ । ଏପରି ଅଭାବନୀୟ ଘଟଣା ଘଟଛି ଭଦ୍ରକ ଜିଲ୍ଲା ପୀରହାଟ ଗାଁରେ। ମଦମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି। ୨୫ରୁ ଅଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ତିହିଡି ଥାନା ଦୌଲତପୁର ଓ ଯଶିପୁର ଗାଁରେ ଏହି ଘଟଣା ଘଟିଛି। ଗାଁରେ ୨ଜଣ ଓ ବାଟରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୋମବାର ରାତିରେ ମଦ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଘଟଣାର ତଦନ୍ତ ଜାରି ରହିଛି। ଅବକାରୀ ଉପନିର୍ଦ୍ଦେଶକ ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି।