ଶିକ୍ଷାନୁଷ୍ଠାନ ବନ୍ଦ; ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିଦେ୍ର୍ଧଶ

ଶିକ୍ଷାନୁଷ୍ଠାନ ବନ୍ଦ; ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିଦେ୍ର୍ଧଶ

 ଶିକ୍ଷାନୁଷ୍ଠାନ ବନ୍ଦ; ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିଦେ୍ର୍ଧଶ
ଭୁବନେଶ୍ୱର : ବାତ୍ୟା ‘ଫନି’ ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୁରୀରୁ ୬୮୦ କିମି ଦୂରରେ ଫନି ଥିବାବେଳେ ପୁରୀରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହେବ । ସେଥିପାଇଁ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ ନିଦେ୍ର୍ଧଶ ଦିଆଯାଇଛି । ଅପରପକ୍ଷରେ ମେ’ ୨ରୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଫଳରେ ପରୀକ୍ଷା ତାରିଖ ବଦଳିବ । ସେହିପରି ତଳିଆ ଅଂଚଳ ଲୋକମାନଙ୍କୁ ସ୍ଥାନାନ୍ତରିତ ନେଇ ପଦକ୍ଷେପ ଆରମ୍ଭ କରାଯାଇଛି । ତିତିଲି ଠାରୁ ଫନିର ପ୍ରଭାବ ଅଧିକ ରହିଥିବାରୁ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିଦିଆଯାଇଛି । ପୁରୀ, ଖୋର୍ଦ୍ଧା ଜିଲ୍ଳାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ୧୮୫ କିମି ବେଗରେ ପବନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏନଡ଼ିଆରଏଫ ସଜାଗ ରହିଥିବାବେଳେ ୨ଟି ହେଲିକପ୍ଟର ମଗାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଳାଗୁଡ଼ିକରୁ ଆଦର୍ଶ ଆଚରଣ ବିଧି ଉଠାଇ ନେବା ପାଇଁ ନିର୍ବାଚନ କମିଶନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିବା ପରେ ୧୧ ଉପକୂଳ ଜିଲ୍ଲାରୁ ଆଚରଣ ବିଧି ହଟାଇ ନିଆଯାଇଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁରରୁ କୋଡ଼ ଅଫ କଣ୍ଡକ୍ଟ ହଟିଯାଇଛି ।