ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା

ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା

ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ତେବେ ଏହି ଜୋରିମାନାରୁ ବର୍ତ୍ତିପାରିନାହିଁ ସରକାରୀ ଗାଡ଼ି । ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି । ଭୁବନେଶ୍ୱରସ୍ଥ ନାଲକୋ ଛକରେ ଯାଞ୍ଚ ବେଳେ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି । ଗୁଡ୍ସ କ୍ୟାରିୟରରେ କର୍ମଚାରୀଙ୍କୁ ନେବାରୁ ଏହି ଜୋରିମାନା କରାଯାଇଛି । ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଟଙ୍କା ଜୋରିମାନା କରାଯାଇଥିବାବେଳେ ପରମିଟ ନଥିବାରୁ ୧୦ ହଜାର ମୋଟ ୧୫ ହଜାର ଟଙ୍କା ଜୋରିମାନା କରାଯାଇଛି ।