ଆବଶ୍ୟକ କାଗଜପତ୍ର ପରେ ଦେଖାଇଲେ ଜୋରିମାନା ଅର୍ଥ ଫେରସ୍ତ

ଆବଶ୍ୟକ କାଗଜପତ୍ର ପରେ ଦେଖାଇଲେ ଜୋରିମାନା ଅର୍ଥ ଫେରସ୍ତ

ଆବଶ୍ୟକ କାଗଜପତ୍ର ପରେ ଦେଖାଇଲେ ଜୋରିମାନା ଅର୍ଥ ଫେରସ୍ତ
ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ତେବେ ମୋଟର ଯାନ ଆଇନ ଅନୁସାରେ ବର୍ଦ୍ଧିତ ଜୋରିମାନା ଆଦାୟ ପ୍ରସଙ୍ଗରେ ଏକ ଖୁସି ଖବର ଆସିଛି । ତାହା ହେଉଛି ଆବଶ୍ୟକ କାଗଜପତ୍ର ପରେ ଦେଖାଇଲେ ଜୋରିମାନା ଅର୍ଥ ଫେରସ୍ତ ମିଳିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା । ତାଙ୍କ ସୂଚନା ଅନୁଯାୟୀ ଜଣେ ସବୁ ପ୍ରକାର କାଗଜପତ୍ର ଦେଖାଇ ନପାରିବାରୁ ଜୋରିମାନା ହେଉଛି । ଯଦି କାଗଜପତ୍ର ଘରେ ଥିବ, ତେବେ ପରେ ତାହା ଦେଖାଇଲେ ଜୋରିମାନା ଟଙ୍କା ଫେରସ୍ତ ମିଳିବ । କିନ୍ତୁ ସବୁ ଜୋରିମାନା ଟଙ୍କା ଫେରସ୍ତ କରାଯିବ ନାହିଁ । ଅଳ୍ପ କିଛି ପରିମାଣର ଜୋରିମାନା ରଖି ବଡ଼ ଅଂଶ ଫେରସ୍ତ କରାଯିବ । ଏହା ଛଡ଼ା ହାର୍ଡ କପି ସମସ୍ତେ ପାଖରେ ରଖୁନାହାନ୍ତି । ତେବେ ଜନସାଧାରଣ ମୋବାଇଲରେ ମଧ୍ୟ ନିଜର ଗାଡ଼ିର କାଗଜପତ୍ର ରଖି ଦେଖାଇପାରିବେ ବୋଲି ଭୁବନେଶ୍ୱର ଆରଟିଓ-୨ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।