ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ରୁଲିଂ ଦେଲେ ବାଚସ୍ପତି

ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ରୁଲିଂ ଦେଲେ ବାଚସ୍ପତି

ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ରୁଲିଂ ଦେଲେ ବାଚସ୍ପତି
ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଶୁକ୍ରବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବହୁ ସଦସ୍ୟ ଉଦବେଶ ପ୍ରକାଶ କରିବା ପରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ୨ ଦିନ ଭିତରେ ଏନେଇ ବିବୃତି ଦେବାକୁ ରାଜସ୍ୱମନ୍ତ୍ରୀଙ୍କୁ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ପ୍ରକାଶ ଯେ, ଶୁକ୍ରବାର ବର୍ଷା ଅଭାବ ଜନିତ ମରୁଡ଼ି ସ୍ଥିତି ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସ୍ୱଳ୍ପ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବାବେଳେ ଏନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଫସଲ କ୍ଷତି ପାଇଁ ବଲାଙ୍ଗିରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଶ୍ରୀ ସାଲୁଜା କହିଛନ୍ତି । ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । କେବଳ ଶ୍ରୀ ସାଲୁଜା ନୁହନ୍ତି ଗୃହରେ ଅନ୍ୟ ସଦସ୍ୟମାନେ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଥିଲେ ଯାହାକୁ ନେଇ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେବା ସହ ୨ ଦିନ ଭିତରେ ରାଜସ୍ୱମନ୍ତ୍ରୀଙ୍କୁ ଏନେଇ ବିବୃତି ଦେବାକୁ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି