ରାଜ୍ୟରେ ୧୯ ହଜାର ଏକରରୁ ଅଧିକ ଜମି ଜବରଦଖଲ : ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ୧୯ ହଜାର ଏକରରୁ ଅଧିକ ଜମି ଜବରଦଖଲ : ରାଜସ୍ୱ ମନ୍ତ୍ରୀ

ରାଜ୍ୟରେ ୧୯ ହଜାର ଏକରରୁ ଅଧିକ ଜମି ଜବରଦଖଲ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ୧୯ ହଜାର ଏକରରୁ ଅଧିକ ଜମି ଜବରଦଖଲରେ ରହିଛି । ଷୋଡ଼ଶ ବିଧାନସଭାର ତୃତୀୟ ଦିନରେ ଅନୁଷ୍ଠିତ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୧୯ ହଜାର ୪୫୦ ଏକର ସରକାରୀ ଜମି ଜବରଦଖଲରେ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୬୭୩୬ ଏକର ଜମି ଜବରଦଖଲରେ ଅଛି । ସେହିପରି ଗଞ୍ଜାମରେ ୨୮୭୭ ଓ ଖୋର୍ଦ୍ଧାରେ ୮୭୬ ଏକର ଜମି ଜବରଦଖଲରେ ରହିଛି । ତେବେ ନବରଙ୍ଗପୁର ଓ ବୌଦ୍ଧରେ ଆଦୌ ଜବରଦଖଲ ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।