ନାମାଙ୍କନ ପ୍ରତ୍ୟାହାର କଲେ ସିପ୍ରା ମଲ୍ଲିକ

ନାମାଙ୍କନ ପ୍ରତ୍ୟାହାର କଲେ ସିପ୍ରା ମଲ୍ଲିକ

ନାମାଙ୍କନ ପ୍ରତ୍ୟାହାର କଲେ ସିପ୍ରା ମଲ୍ଲିକ
ଭୁବବେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼ ସୃଷ୍ଟି ହୋଇଛି । ଟିକେଟକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିଛି । ବିଜେଡି ଟିକେଟ ନମଳିବାରୁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିବା ସିପ୍ରା ମଲ୍ଲିକ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଥିସହ ସେ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି ଜଣାଯାଇଛି । କେବଳ ଶ୍ରୀମତୀ ମଲ୍ଲିକ ନୁହନ୍ତି, କିଶୋର ତରାଇ ମଧ୍ୟ ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି ଜଣାଯାଇଛି । ପ୍ରକାଶ ଯେ, ଟିକେଟ ନପାଇ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ସ୍ୱାଧୀନଭାବେ ମଙ୍ଗଳବାର ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ । କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସିପ୍ରା ନାମାଙ୍କନପତ୍ର ଦାଖଲ କରିଥିଲେ । କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଲଢିବା ପାଇଁ ସିପ୍ରା ମଲ୍ଲିକ ଆଶାୟୀ ଥିଲେ । ତେବେ ବିଜେଡି ପକ୍ଷରୁ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀଭାବେ ଚୟନ କରାଯାଇଥିଲା । ମଙ୍ଗଳବାର ଶ୍ରୀ ବେହେରା ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ ।