ନବୀନଙ୍କ ନାମାଙ୍କନ ଦାଖଲ

ନବୀନଙ୍କ ନାମାଙ୍କନ ଦାଖଲ

ନବୀନଙ୍କ ନାମାଙ୍କନ ଦାଖଲ
ଭୁବନେଶ୍ୱର: ଗଞ୍ଜାମ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ବିରାଟ ପଟୁଆରରେ ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଥର ବି ବିଜେଡି ବିଜୟ ଲାଭ କରିବ । ଖୁବ୍ଶିଘ୍ର ବିଜେପୁର ଆସନ ପାଇଁ ନାମାଙ୍କନ ଦାଖଲ କରିବେ ନବୀନ । ସୂଚନାଅନୁଯାୟୀ: ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରା ତାରିଣୀ ମନ୍ଦିର ଯାଇ ମାଆଙ୍କ ଆର୍ଶୀବାଦ ନେଇଥିଲେ । ପରେ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ । ଗତ ସୋମବାର ବିଜେଡିରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ନିଜେ ୨ଟି ଆସନ ଯଥା ହିଞ୍ଜିଳି ଓ ବିଜେପୁର ଆସନ ଲଢ଼ିବେ ବୋଲି ସୂଚନା ଦେଇଥିଲେ