ବିଜେପିରେ ମନ୍ଥନ ଜାରି
ବିଜେପିରେ ମନ୍ଥନ ଜାରି
admin
Apr 10, 2019 - 07:00
Updated: Apr 10, 2019 - 07:00
ନୂଆଦିଲ୍ଳୀ: ବିଜେପି ଭୋପାଳରେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ବିରୋଧରେ ଉଗ୍ର ହିନ୍ଦୁତ୍ୱ ଚେହେରା ଭାବେ ପରିଚିତ ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରାଗଲେ ଏହା ଦଳ ପାଇଁ କିଭଳି ଫାଇଦା ଦେବେ କିମ୍ବା ସମସ୍ୟା ସୃଷ୍ଟି କରିବ ସେ ନେଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏବଂ ଖୁବଶୀଘ୍ର ଏ ବାବଦରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡିଛି । ସାଧ୍ୱୀ ପ୍ରଜ୍ଞା ପ୍ରାର୍ଥୀ ହେଲେ ଭୋପାଳ ଆସନରେ ବ୍ୟାପକ ଧ୍ରୁବୀକରଣ ଦେଖିବାକୁ ମିଳିବ । ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନଆଇଏ ଅଦାଲଦ ପ୍ରମାଣ ଅଭାବରୁ ଖଲାସ କରିଥିଲେ ।
ଦିଗବିଜୟ ସିଂହ ତାଙ୍କର ହିନ୍ଦୁ ବିରୋଧୀ ବୟାନ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଛନ୍ତି । ହିନ୍ଦୁ ଆତଙ୍କବାଦ ଶବ୍ଦ ବ୍ୟବହାର କରି ବିଭିନ୍ନ ମହଲରୁ କଡା ସମାଲୋଚନାର ଶିକାର ହୋଇ୍ଥିବା ଦିଗବିଜୟ ମୁସଲିମ ତୁଷ୍ଟୀକରଣ ନୀତିର ଜଣେ ବଡ ସମର୍ଥକ ଏବଂ ଆତଙ୍କବାଦୀଙ୍କ ପ୍ରତି ତାଙ୍କର ନରମ ଆଭିମୁଖ୍ୟ ମଧ୍ୟ କାହାକୁ ଅଛପା ନାହିଁ । ଏଭଳି ସ୍ଥିତିରେ ବିଜେପି ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ଦିଗବିଜୟକୁ ହରାଇବା ପାଇଁ ସେ ତୟାର ଅଛନ୍ତି । ଏହି କଂଗ୍ରେସ ନେତାଙ୍କ ଷଡଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ହିଁ ତାଙ୍କୁ ମାଲେଗାଓଁ ବିସ୍ଫୋରଣ ମାମଲାରେ ଫସାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ଭୋପାଳ ଆସନ ବିଜେପିର ସବୁଠାରୁ ସୁରକ୍ଷିତ ଆସନ ମଧ୍ୟରୁ ଅନ୍ୟତମ । ବିଜେପି ଏଠାରେ ୧୯୮୯ରୁ ନିର୍ବାଚନ ଜିତି ଆସୁଛି ।