ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୬୬ ପୂର୍ବତନ ଅଫିସର୍

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୬୬ ପୂର୍ବତନ ଅଫିସର୍

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୬୬ ପୂର୍ବତନ ଅଫିସର୍
ନୂଆଦିଲ୍ଲୀ: ଆଉ ମାତ୍ର ଦିନକ ପରେ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସହ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବା ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିସନ (ଇସି) ଜୋରଦାର ପ୍ରସ୍ୁତି ଚଳାଇଛନ୍ତି । କିନ୍ତୁ ଆଜି ଇସିଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କୁ ଚିଠି ଲେଖିଛନ୍ତି ୬୬ ଜଣ ପୂର୍ବତନ ଅଫିସର । ଇସି ବିଶ୍ୱସନୀୟତା ସଙ୍କଟରେ ପୀଡିତ ଏବଂ ଏହାଦ୍ୱାରା ନିର୍ବାଚନୀ ପ୍ରକି୍ରୟା ଏବେ ବିପଦରେ ରହିଛି ବୋଲି ଏହି ପୂର୍ବତନ ଅମଲାମାନେ ସେମାନଙ୍କ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି । ନିର୍ବାଚନ କମିସନଙ୍କ ଦୁର୍ବଳ ଆଚରଣ ଦ୍ୱାରା ଏହି ସମ୍ବିଧାନିକ ଅନୁଷ୍ଠାନ ଉପରେ ଭରସା କମିଯାଉଛି । ତେବେ ନିର୍ବାଚନ କମିସନଙ୍କ ନିରପେକ୍ଷ ନିର୍ବାଚନ ପକ୍ରିୟା ଉପରେ ଯଦି ଲୋକଙ୍କ ବିଶ୍ୱାସ କମେ ତେବେ ଏହାଦ୍ୱାରା ଗଣତନ୍ତ୍ରର ଭବିଷ୍ୟତ ବିପଦଗ୍ରସ୍ତ ହେବ ବୋଲି ପୂର୍ବତନ ଅମଲାମାନେ ସେମାନଙ୍କ ଚିଠିରେ ଲେଖିଛନ୍ତି । ଭାରତୀୟ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ରତା, ନିରପେକ୍ଷତା ଏବଂ ଦକ୍ଷତାରେ ଏବେ ସାଲିସ ହେବାଭଳି ଲାଗୁଛି ବୋଲି ସେମାନେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ରିଲିଜ ଉପରେ ନିର୍ବାଚନ କମିସନ ଏଯାବତ କୌଣସି ନିଷ୍ପତି ନଶୁଣାଇବା ଏବଂ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଘନ କରୁଛି କି ନାହିଁ ସେନେଇ କିଛି ନିଦେ୍ର୍ଧଶ ଦେଇନାହାନ୍ତି । ଏଥି ସହ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋଦୀଜୀ କି ସେନା ଟିପ୍ପଣୀ ପାଇଁ ଇସି ଯୋଗୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ବିଷୟ ମଧ୍ୟ ପରିତାପର ବିଷୟ ବୋଲି ଏହି ଚିଠିରେ ଦର୍ଶାଯାଇଛି ।