ଦଳରେ ଆମୂଳଚୂଳ ପରିବର୍ତନ

ଦଳରେ ଆମୂଳଚୂଳ ପରିବର୍ତନ

ଦଳରେ ଆମୂଳଚୂଳ ପରିବର୍ତନ
ନୂଆଦିଲ୍ଲୀ:ଲୋକସଭା ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳଗୁଡିକରେ ଯେମିତି ଭୂମିକମ୍ପ ଆସିଯାଇଛି । କଂଗ୍ରେସରେ ଅନେକ ନେତା ନିଜ ପଦବିରୁ ଇସ୍ତଫା ଦେଉଥିବାବେଳେ ଅନ୍ୟ ଦଳ ଗୁଡିକରେ ବି ବ୍ୟାପକ ବରିବର୍ତନର ହେବାର ସମ୍ଭାବନା ରହିଛି । ଏଇ ପରିପ୍ରକ୍ଷୀରେ ସମାଜବାଦୀ ପାର୍ଟିର ନେତାମାନେ ସୋମବାର ଦଳର ପରାଜୟର ସମୀକ୍ଷା କରିଥିଲେ । ଏହି ଅବସରରେ ଦଳର ସଂରକ୍ଷକ ମୁଲାୟମ ସିଂ ଯାଦବ ଦଳୀୟ ନେତାମାନଙ୍କ ଦାୟିତ୍ୱ ହୀନତା ଓ ଜନତାଙ୍କ ଭ।।ବାବେଗ ବୁଝିବାରେ ସେମାନଙ୍କର ବିଫଳତାକୁ ପରାଜୟ ପାଇଁ ଦାୟୀ କରିଥିଲେ । ସେ ପରେ ଦଳର ଅଧ୍ୟକ୍ଷ ତଥା ନିଜ ପୁଅ ଅଖିଳେଶଙ୍କ ସହ ପୃଥକ ଭାବେ ଏନେଇ ଆଲୋଚନା କରିଥିଲେ । ଅଖିଳେଶ ଏବେ ଦଳରେ ଆମୂଳଚୂଳ ପରିବର୍ତନ କରିପାରନ୍ତି । ସେ ଦଳରେ ୟୁପି ଅଧ୍ୟକ୍ଷ ନରେଶ ଉତମଙ୍କୁ ହଟାଇ ତାଙ୍କ ସ୍ଥାନରେ ଓମପ୍ରକାଶଙ୍କୁ ନିଯୁକ୍ତ ଦେଇ ପାରନ୍ତି । ସେହିପରି ଦଳର ଯୁବ ମୋର୍ଚ୍ଚାର ଅନେକ ନେତାଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇପାରେ । ସେ ପୂର୍ବରୁ ଦଳର ପ୍ରବକ୍ତାମାନଙ୍କୁ ବରଖାସ୍ତ କରି ଦେବା ସହିତ କୌଣସି ଟିଭି ବିତର୍କରେ ସେମାନଙ୍କ ଭାଗ ନେବା ଉପରେ ବି ରୋକ ଲଗାଇଛନ୍ତି । ସେ ଚଳିତ ନିର୍ବାଚନରେ ପରାଜୟର କାରଣ ନେଇ ଦଳର କିଛି ନେତାଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ଏହାପରେ ସେ ବଡଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଉଛି ।