ଆଜିଠୁ ବଦଳିବ ଏହି ୯ଟି ନିୟମ

ଆଜିଠୁ ବଦଳିବ ଏହି ୯ଟି ନିୟମ

ଆଜିଠୁ ବଦଳିବ ଏହି ୯ଟି ନିୟମ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇତି ମଧ୍ୟରେ ଅନେକ ନୂଆ ନିୟମ ପ୍ରଚଳନ କରିଛନ୍ତି । ଅଧିକ ଟିକସ ରାଜସ୍ୱ ଆୟ ଏବଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଇଛି । ବିଶେଷ କରି ସରକାର ଟ୍ରାଫିକ ବ୍ୟବସ୍ଥାରେ ବଡ଼ ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବର ୧ (ରବିବାର) ରୁ ଏହି ସବୁ ନିୟମ ଲାଗୁ ହେବାକୁ ଯାଉଛି । ତେବେ ସରକାରଙ୍କ କିଛି ନୂଆ ନିୟମ ଲୋକଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଏଭଳି ୯ଟି ନିୟମ ସମ୍ପର୍କରେ ଜାଣିବା । ୧. ବର୍ଷକ ମଧ୍ୟରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ ହେଲେ ଏଣିକି ୨% ଟିଡିଏସ ଲାଗୁହେବ । ୨. ଘର କିଣା ପାଇଁ ଅଧିକ ଟିଡିଏସ ଦେବାକୁ ପଡ଼ିବ । କ୍ଲବରେ ସଦସ୍ୟତା ଏବଂ କାର୍ ପାର୍କିଙ୍ଗ ଭଳି ସୁବିଧା ପାଇଁ ଦିଆଯାଉଥିବା ପେମେଣ୍ଟକୁ ସମ୍ପତ୍ତିର ଦାମ୍ ସହ ଯୋଡ଼ି ଏହା ଉପରେ ଟିକସ କାଟ ପାଇଁ ଦାବି କରାଯାଇପାରିବ ନାହିଁ । ଘରକୁ ନବୀକରଣ ପାଇଁ ଯଦି ଠିକାଦାର କିମ୍ବା ଅନ୍ୟ ପେସାଦାରଙ୍କୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଦେୟ ପ୍ରଦାନ କରାଯାଏ, ତେବେ ୫% ଟିଡିଏସ ଦେବାକୁ ପଡ଼ିବ । ଯେଉଁମାନେ ଏ ପର୍ଯ୍ୟନ୍ତ ନିଜ ଆଧାର ନମ୍ବରକୁ ପ୍ୟାନ ସହିତ ସଂଯୋଗ କରିନାହାନ୍ତି ସେମାନଙ୍କୁ ଆୟକର ବିଭାଗ ସ୍ୱତନ୍ତ୍ର ପ୍ୟାନ୍ ଜାରି କରିବ । ଦେଶରେ ରବିବାରଠାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବ । ଏହି ସଂଶୋଧିତ ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ । ଏହି ଜରିମାନା ପରିମାଣ ବର୍ତ୍ତମାନ ତୁଳନାରେ ୧୦ ଗୁଣ ଅଧିକ ହେବ । ରେଳ ଟିକେଟ ବ୍ଲକିଙ୍ଗ ପୋର୍ଟାଲରେ ଅନଲାଇନରେ ଟିକେଟ ବୁକିଙ୍ଗ କରାଯିବା ଉପରେ ସେବା ଟିକସ ଲାଗୁ ହେବ । ଫଳରେ ପକେଟରୁ ଅଧିକ ଖର୍ଚ୍ଚ ହେବ । ଯେଉଁ ଲୋକଙ୍କର ସେବା ଓ କେନ୍ଦ୍ରୀୟ ଉପôାଦ ଟିକସ (ପୂର୍ବ ପ୍ରଚଳିତ ମାମଲାରେ ବକେୟା ରହିଛି । ଏଭଳି ଟିକସ ବିବାଦରେ ଦଫାରଫା ପାଇଁ ଏବଂ ଲୋକଙ୍କୁ ଆଶ୍ୱସ୍ତ କରିବା ଲାଗି ସରକାର ଏକ ନୂଆ କ୍ଷମା ସ୍କିମ ଲାଗୁ କରିଛନ୍ତି । ବର୍ତ୍ତମାନ ଯାଏଁ ୫୦,୦୦୦ ଟଙ୍କରୁ ଅଧିକ କାରବାର ଉପରେ ବ୍ୟାଙ୍କକୁ ଆୟକର ବିଭାଗ ନିକଟରେ ରିପୋର୍ଟ ଦେବାକୁ ପଡ଼ୁଥିଲା । କିନ୍ତୁ ସେପ୍ଟେମ୍ବର ୧ ରୁ ଏଥିରେ ପରିବର୍ତ୍ତନ ଆସିବ । ଟିକସ ରିଟର୍ଣ୍ଣର ଯାଞ୍ଚ ପାଇଁ ବ୍ୟାଙ୍କରେ କମ ଅର୍ଥରାଶି ଦେଣନେଣ ନିମନ୍ତେ ବି ସୂଚନା ଲୋଡ଼ା ଯାଇପାରେ । ଯଦି ଜୀବନ ବୀମାର ମାଚୁ୍ୟରିଟି ଉପରେ ମିଳିବାକୁ ଥିବା ପାଣ୍ଠି ଟିକସ ଯୋଗ୍ୟ, ତେବେ ନିଟ୍ ଆୟ (ମୋଟ ପ୍ରିମିୟମ ଆୟ) ରୁ ୫% ଟିଡିଏସ କଟିବ ।