୧୩ ଆସନରେ ଡିଏମକେ ଆଗୁଆ

୧୩ ଆସନରେ ଡିଏମକେ ଆଗୁଆ

୧୩ ଆସନରେ ଡିଏମକେ ଆଗୁଆ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସହିତ ତାମିଲନାଡୁର ୨୨ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିରୋଧୀ ଡିଏମକେ ଆଗୁଆ ରହିଥିବାବେଳେ ଶାସକ ଏଆଇଏଡିଏମକେ ୯ଟି ଆସନରେ ଆଗୁଆ ରହିଛି । ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାୟକ ( ବାଚସ୍ପତିକୁ ବାଦ) ରହିଛନ୍ତି । ତେଣୁ ସରକାର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ଲାଗି ଦଳକୁ ଆଉ ୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏପରିସ୍ଥଳେ ଶାସକ ଦଳ ୯ଟି ଆସନରେ ଆଗୁଆ ରହିଥିବାରୁ ସରକାର ପ୍ରତି ବିପଦ ଦେଖାଯିବାର ଆଶଙ୍କା ନାହିଁ । ବିରୋଧୀ ଡିଏମକେର ୯୭ ବିଧାୟକ ରହିଛନ୍ତି ।