ପରାଜୟର ସମୀକ୍ଷା କରିବୁ : ମମତା ବାନାର୍ଜୀ

ପରାଜୟର ସମୀକ୍ଷା କରିବୁ : ମମତା ବାନାର୍ଜୀ

ପରାଜୟର ସମୀକ୍ଷା କରିବୁ : ମମତା ବାନାର୍ଜୀ
କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପିର ବିଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଟୁଇଟର ଆକାଉଂଟରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭକାମନା ଦେବା ସହ ପରାଜୟୀ ପ୍ରାର୍ଥୀ ମାନଙ୍କୁ ପରାଜୟୀ ବୋଲି ସ୍ୱୀକାର କରି ନାହାନ୍ତି । ସେ ଲେଖିଛନ୍ତି ସମସ୍ତ ବିଜୟୀ ମାନଙ୍କୁ ମୋର ଶୁଭକାମନା । କିନ୍ତୁ ହାରି ଯାଇଥିବା ସବୁ ପ୍ରାର୍ଥୀଙ୍କୁ ପରାଜିତ ଯୋଦ୍ଧା ମନେ କରାଯିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ ଲେଖଛନ୍ତି, ଆମକୁ ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରିବାର ଅଛି । ତା ପାରେ ହିଁ ଆମେ ନିଜର ମତାମତ ଆପଣଙ୍କ ସମ୍ମୁକରେ ଉପସ୍ଥିତ କରିବୁ । ଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ଯାଏଁ ଏବଂ ଭିଭିପାଟ ମିଶାଯିବା ଯାଏଁ ଅପେ୪ା କରିବାକୁ ମଧ୍ୟ ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ୨୦୧୪ ନିର୍ବାଚନରେ ବେଙ୍ଗଲରେ ବହୁମତରେ ବିଜୟୀ ହୋଇଥିବା ଟିଏମସିର ଫଳାଫଳ ଚଳିତ ନିର୍ବାଚନରେ ନୈରାଶ୍ୟଜନକ ରହିଛି । ୨୦୧୪ ରେ ପଶ୍ଚିମବଙ୍ଗର ୪୨ ଟି ଆସନରୁ ବିଜେପି ମାତ୍ର ୨ଟିରେ ଜିତି ପାରିଥିବା ବେଳେ ଚଳିତ ଥର ୧୭ଟି ଆସନରେ ଆଗୁଆ ରହିଛି ।