ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ବାଧ୍ୟ : ମମତା

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ବାଧ୍ୟ : ମମତା

 ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ବାଧ୍ୟ : ମମତା
କଲକାତା:ଯେଉଁମାନେ ପଶ୍ଚିମବଙ୍ଗରେ ରହୁଛନ୍ତି ସେମାନେ ସବୁ ବଙ୍ଗଳା ଭାଷା କହିବା ନିହାତି ଦରକାର । ଏହା କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଜୋର୍ ଧରିଥିବା ବେଳେ ଏହାର ସମାଧାନ ଲାଗି ଉଦ୍ୟମ କରିବା ପରିବର୍ତେ ମମତା ଏଭଳି ମନ୍ତବ୍ୟ ଦେଇ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ବାହାର ଲୋକେ ପ୍ରଭାବିତ କରୁଥିବା ଏବଂ ଏଥିପାଇଁ ଡାକ୍ତର ସଂଘକୁ ପ୍ରବର୍ତାଉଥିବା ମମତା ଅଭିଯୋଗ କରିବା ସହ ଏଥି ପାଇଁ ସିଧା ସଳଖ ରାଜନୈତିକ ବିରୋଧୀ ବିଜେପିକୁ ଦାୟୀ କରିଛନ୍ତି । ରାଜ୍ୟରେ ବିଜେପି ବଙ୍ଗଳା ଭାଷୀ ଓ ସଂଖ୍ୟାଲଘୁଙ୍କୁ ନିଶାଣ କରୁଥିବା ମମତା ଗୁରୁତର ଅଭିଯୋଗ ଉଠାଇବା ସହ ବଙ୍ଗଳ ଭାଷା ଶିଖିବା ଓ କହିବା ଉପରେ ଏବେ ଜୋର ଦେଇ ଭିନ୍ନ ରାଜନୀତି ଆରମ୍ଭ କରିଥିବା ରାଜନୈତିକ ଚର୍ଚ୍ଚା ବଢିଛି ।