କାଳିଆକୁ କେହି ବନ୍ଦ କରି ପାରିବେନି: ନବୀନ

କାଳିଆକୁ କେହି ବନ୍ଦ କରି ପାରିବେନି: ନବୀନ

କାଳିଆକୁ କେହି ବନ୍ଦ କରି ପାରିବେନି: ନବୀନ
ସୁନ୍ଦରଗଡ଼ : ନିର୍ବାଚନ ସମୟ ଆସିଥିବାରୁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ହେମଗିରି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡେ଼ ଗଲା ବୋଲି ପ୍ରଶ୍ନ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡେ଼ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଦୁଇ ଗୁଣା ଏମଏସପି କୁଆଡେ଼ ଗଲା? କେବି ଯୋଜନା କାହିଁକି ବନ୍ଦ ହେଲା? ସୁପର ସ୍ପେଶିଆଲିଟି ହସ୍ପିଟାଲ କୁଆଡେ଼ ଗଲା? ଅନୁସୂଚିତ ଜାତି ଓ ଉପଜାତି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତିକାହିଁକି ବନ୍ଦ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଥିସହ ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।