ଦାୟିତ୍ୱ ନେଲେ ଅସିତ ତି୍ରପାଠୀ

ଦାୟିତ୍ୱ ନେଲେ ଅସିତ ତି୍ରପାଠୀ

ଦାୟିତ୍ୱ ନେଲେ ଅସିତ ତି୍ରପାଠୀ
ଭୁବନେଶ୍ୱର: ଅସିତ ତି୍ରପାଠୀ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଦିତ୍ୟ ପାଢୀଙ୍କ ଠାରୁ ଦା୍ରୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତି୍ରପାଠୀ । ସେ ୧୯୮୬ ବ୍ୟାଚର ଆଇଏଏସ ଅଫିସର । ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସିତ ତି୍ରପାଠୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୫-ଟି ଢାଂଚାରେ ସରକାର ଚାଲିବ । ନିଦ୍ଧିଷ୍ଟ ସମୟ ସୀମା ଭିତରେ କାମ ସାରିବାକୁ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗରେ ପଡିଥିବା ଫାଇଲ କାମ ତ୍ୱରାନିତ କରାଯିବ ବୋଲି କହିଛନ୍ତି । ଯେ କୌଣସି କାର୍ଯ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ । ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯିବ । ମୁଁ ଜଣେ ଟିମ ପ୍ଲେୟାର । ସମନ୍ୱୟ ରଖି କାମ କରିବି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ ୧୯୬୦ ମସିହା ଡିସେମ୍ବର ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ । ବଲାଙ୍ଗୀର ରାଜେନ୍ଦ୍ର କଲେଜ, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରେ ସେ ସ୍ଲୋଭେନିଆ ବିଶ୍ୱବିଦ୍ୟାଳୟରୁ ଏମଫିଲ ହାସଲ କରିଥିଲେ । ଆଇଏଏସ ପାଇବା ପରେ ତାଳଚେର ଉପଜିଲ୍ଲାପାଳ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରେ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସଚିବଭାବେ ସେ କାର୍ଯ୍ୟ କରିଥିଲେ । ଶ୍ରୀ ତ୍ରିପାଠୀ କେନ୍ଦ୍ର ବାଣିଜ୍ୟ ଓ ଶିଲ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଦୀର୍ଘ ଦିନ ଧରି ସେ ଗୃହ ବିଭାଗ ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟ କରିଛନ୍ତି ।