ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର
ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର
admin
Apr 10, 2019 - 07:48
Updated: Apr 10, 2019 - 07:48
ନୂଆଦିଲ୍ଲୀ: ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ଯୁବ ଭୋଟର । ୨୦୦୯ ଲୋକସଭା ନିର୍ବାଚନରେ ଏହି ଭୋଟରମାନେ ସରକାର ଗଢିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ଏବେ ଅଧିକାଂଶ ରାଜନୈତିକ ଦଳ ସେମାନଙ୍କ ର୍ନିବାଚନୀ ଇସ୍ତାହାରରେ ଯୁବ ଭୋଟରଙ୍କୁ ଆକର୍ଷିତ କଲାଭଳି ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ନିର୍ବାଚନରେ ୯୦ କୋଟି ଲୋକଙ୍କ ନାମ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିବା ବେଳେ ଏଥିରେ ନୂଆ ଭୋଟର ତଥା ଯୁବ ଭୋଟର ରହିଛନ୍ତି ୧.୫ କୋଟି । ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋକସଭାକୁ ଅଧିକ ଆସନ ଦେଉଥିବା ରାଜ୍ୟ ତଥା ଉତରପ୍ରଦେଶ,ବିହାର ,ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଏହି ନୂଆ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏହିସବୁ ରାଜ୍ୟ ଗୁଡିକରେ ୨୩୫ଟି ଲୋକସଭା ଆସନ ରହିଛି । କେନ୍ଦ୍ରରେ ସରକାର ଗଠନରେ ଏହି ରାଜ୍ୟଗୁଡିକରୁ ୪୩ ପ୍ରତିଶତ ଲୋକସଭା ସଦସ୍ୟ ନିର୍ବାଚିତ ହେବେ । ବିହାର ରେ ୬୧୩୩୯୪୦ ଯୁବ ଭୋଟର ରହିଥିବା ବେଳେ ପଶ୍ଚିମବଙ୍ଗରେ ୫୫୦୨୫୫୮,ରାଜସ୍ଥାନରେ ୪୩୪୫୨୪୫, ମହାରାଷ୍ଟ୍ରରେ ୪୧୭୦୯୪୧ ଏବଂ ଉତରପ୍ରଦେଶରେ ୩୯୭୪୦୩୦ ଯୁବ ଭୋଟର ଅଛନ୍ତି ।
ଯୁବ ଭୋଟରଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି ସୋସିଆଲ ମିଡିଆ । ଭାରତରେ ଏବେ ୪୩ କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଅଛନ୍ତି । ଏହି ସ୍ମାର୍ଟଫୋନ ଦ୍ୱାରା ସେମାନେ ହାଟ୍ସଆପ୍ ଏବଂ ମେସେଞ୍ଜର ବ୍ୟବହାର କରୁଛନ୍ତି । ଏବେ ୨୦ କୋଟି ଲୋକ ଏହି ମେସେଞ୍ଜର ସେବାରେ ସକ୍ରିୟ ରହୁଛନ୍ତି । ସାଧାରଣ ଲୋକଙ୍କ ନିକଟରେ ପହଂଚିବାପାଇଁ ଏବେ ଫେସବୁକ ଏବଂ ହ୍ୱାଟ୍ସଆପ୍ ପ୍ରମୁଖ ମାଧ୍ୟମ ପାଲଟିଛି । ନିର୍ବାଚନୀ ପ୍ରଚାରରେ ମଧ୍ୟ ଯୁବପିଢି ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ନିର୍ବାଚନୀ ପ୍ରଚାରରେ ମଧ୍ୟ ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।