ବିଜେଡିରୁ ଇସ୍ତଫା ଦେଲେ ପ୍ରତ୍ୟୁଷା

ବିଜେଡିରୁ ଇସ୍ତଫା ଦେଲେ ପ୍ରତ୍ୟୁଷା

ବିଜେଡିରୁ ଇସ୍ତଫା ଦେଲେ ପ୍ରତ୍ୟୁଷା
ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ଗତକାଲି ସେ କହିଥିଲେ ଯେ, ନୟାଗଡ଼ରୁ ଟିକେଟ ନମିଳିଲେ ସ୍ୱାଧୀନଭାବେ ଲଢିବି । ଟିକେଟ କଟିବା ପରେ ଏକ ବୈଦୁ୍ୟତିକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସେ ଏହା କହିଥିଲେ । ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ନିଜ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ଦଳ ପ୍ରତି ମୋ ଆନୁଗତ୍ୟକୁ ଅଣଦେଖା କରାଗଲା । କନ୍ଧକାଳ ଓ ନୟାଗଡ଼ ପ୍ରତି ମୋ କଠିନ ପରିଶ୍ରମକୁ ଅଣଦେଖା କରାଗଲା । ୩୩% ମହିଳାଙ୍କୁ ଟିକେଟ ନାରା ଥିଲେ ମଧ୍ୟ ମୋତେ ଅଣଦେଖା କରାଗଲା । ଟିକେଟ ନଦେବା ନେଇ ମୋତେ ପୂର୍ବରୁ କହିଦେବାର ଥିଲା । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହି ମୋ ଟିକେଟ କାଟିଦିଆଗଲା ବୋଲି ସେ ନିଜର ଇସ୍ତଫା ପ୍ରତ୍ରରେ ଉଲ୍ଲେଖ କରିଛନ୍ତି । ସେ କହିଥିଲେ ଯେ, ମୁଁ ନୟାଗଡ଼ ବିଧାନସଭା ଆସନରୁ ଲଢିବାକୁ ଚାହୁଁଛି । ଟିକେଟ ନମିଳିଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବି । ଦଳ ବଡ଼ ନୁହେଁ, ନାୟାଗଡ଼ବାସୀଙ୍କ ସେବା କରିବାକୁ ଚାହୁଁଛି ବୋଲି କନ୍ଧମାଳର ସାଂସଦ ପ୍ରତୁ୍ୟଶ ରାଜେଶ୍ୱରୀ କହିଥିଲେ । ପ୍ରକାଶ ଯେ, ପ୍ରତୁ୍ୟଷାଙ୍କ ବଦଳରେ ଅଚୁ୍ୟତ ସାମନ୍ତଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଛି ।