ପୁଲିସ ଗାଡ଼ିକୁ ଯାଞ୍ଚ କଲେ ଲୋକେ, ଲାଠି ଚାର୍ଜ
ପୁଲିସ ଗାଡ଼ିକୁ ଯାଞ୍ଚ କଲେ ଲୋକେ, ଲାଠି ଚାର୍ଜ
admin
Sep 7, 2019 - 09:09
Updated: Sep 7, 2019 - 09:09
ଭୁବନେଶ୍ୱର:ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ ଉଠିଲାଣି ବିରୋଧର ସ୍ୱର ।
ପୁଲିସ ଅନ୍ୟମାନଙ୍କ ଗାଡ଼ି ଯାଞ୍ଚ କରି କାଗଜପତ୍ର ମାଗୁଥିବାବେଳେ ଏବେ ଉତ୍ତ୍ୟେକ୍ତ ଲୋକେ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଛନ୍ତି । ଖାଲି ଅଟକାଇ ନାହାନ୍ତି ସେମାନଙ୍କୁ ଗାଡ଼ିର କାଗଜପତ୍ର ବି ମାଗିଛନ୍ତି । ଯାହାକୁ ନେଇ ରାଜମହଲ ଛକରେ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିବା ଜଣାଯାଇଛି । ରାଜମହଲ ଛକ ଏବେ ଏକ ରଣକ୍ଷେତ୍ର ପାଲଟିଥିବା ଜଣାଯାଇଛି ।
ଗାଡ଼ି ଉପରୁ ଜୋରିମାନା ନେଇ ଭୁବନେଶ୍ୱରରେ ଲୋକେ ତାତିଛନ୍ତି । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକେ ତାତିଛନ୍ତି । ପୁଲିସ ଗାଡ଼ି ସହ ୩ଟି ଗାଡ଼ିର କାଗଜପତଅ ଠିକ ନଥିବା ଅଭିଯୋଗ କରି ଲୋକେ ହୋହାଲ୍ଲା କରିଛନ୍ତି । ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକେ ହୋହାଲ୍ଲା କରିଛନ୍ତି ।
ରାସ୍ତା ଉପରେ ଗାଡ଼ି ଅଟକାଇବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜନସାଧାରଣ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଛନ୍ତି । ମୋ ବସ ଓଭରଲୋଡ ଓ ଚାଳକ ସିଟ ବେଲ୍ଟ ବାନ୍ଧିନଥିବା ଅଭିଯୋଗ ହୋଇଛି । ବିଏମସି ଗାଡ଼ି ଓ ପୁଲିସ ଭ୍ୟାନର କାଗଜପତ୍ର ନଥିବା ଅଭିଯୋଗ କରିଛନ୍ତି ଲୋକେ । ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡ଼ି ଛାଡ଼ି ଚାଳକ ଚମ୍ପଟ ମାରିଥିବା ଜଣାଯାଇଛି । ଯାହାକୁ ନେଇ ପୁଲିସ ଲାଠି ଚାର୍ଜ କରିଥିବା ଜଣାଯାଇଛି ।