ମାଓ ମୁକାବିଲା ସମୀକ୍ଷା

ମାଓ ମୁକାବିଲା ସମୀକ୍ଷା

ଭବାନୀପାଟଣା : ମାଓ ମୁକାବିଲା ନେଇ ମଙ୍ଗଳବାର ବରିଷ୍ଠ ପୁଲିସ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ବୈଠକ ଏଡିଜି ଅପରେସନ ଆର୍.ପି କୋଚେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସଂପୃକ୍ତ ଜିଲାର ଏସ୍ପି ଓ ଡିଆଇଜି ହିମାଂଶୁ ଲାଲ ଏବଂ ସିଆରପିଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ରାୟଗଡାର ବାଲିଗୁଡା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ୟକଳାପର ପ୍ରତିରୋଧ ଉପରେ ଏହି ସମୀକ୍ଷା ବୈଠକ ହୋଇଛି।