ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ନୀତି : ନବ ଦାସ

ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ନୀତି : ନବ ଦାସ

 ଖୁବ୍ ଶୀଘ୍ର ସ୍ୱାସ୍ଥ୍ୟ ନୀତି : ନବ ଦାସ
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ସ୍ୱାସ୍ଥ୍ୟ ନୀତି । ଏନେଇ ଏସସିବି ମେଡିକାଲ ପରିଦର୍ଶନ କରିବା ସମୟରେ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି । ନବ ଦାସ କହିଛନ୍ତି କି, ଖୁବ୍ ଶୀଘ୍ର ହେଲଥ୍ ପଲିସି ଲାଗୁ କରାଯିବା ନେଇ ଯୋଜନା ଚାଲିଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ବିଭାଗର ଉନ୍ନତି ପାଇଁ ରୂପରେଖ ଗ୍ରହଣ କରାଯାଉଛି । ମିଶନ ୨୦୨୫ ନାମରେ ଏହି ସ୍ୱାସ୍ଥ୍ୟ ପଲିସି କାର‌୍ୟ୍ୟକାରୀ ହେବ । ୨ ବର୍ଷ ଭିତରେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି ହେବ । ଏମିତିକି ରାଜ୍ୟରେ ଡାକ୍ତର ଅଭାବ ନୁହେଁ ଡାକ୍ତର ବଳକା ଡାକ୍ତର ଦେଖାଯିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ସ୍ପଷ୍ଟ କରିଛନ୍ତି ।