ପୁରୁଣାଗୁମ୍ମା ମା’ଭୌରବୀ ମୂର୍ତ୍ତି ଚୋରି ଘଟଣା : ମା’ଙ୍କୁ ଖୋଜି ଆଣିଲା ଲାଠି

ପୁରୁଣାଗୁମ୍ମା ମା’ଭୌରବୀ ମୂର୍ତ୍ତି ଚୋରି ଘଟଣା : ମା’ଙ୍କୁ ଖୋଜି ଆଣିଲା ଲାଠି

ପୁରୁଣାଗୁମ୍ମା ମା’ଭୌରବୀ ମୂର୍ତ୍ତି ଚୋରି ଘଟଣା : ମା’ଙ୍କୁ ଖୋଜି ଆଣିଲା ଲାଠି
ମାଲକାନଗିରି : କମ୍ପ୍ୟୁଟର, ଇଣ୍ଟରନେଟ ଯୁଗରେ ଲୋକେ ପୁରୁଣା ପରମ୍ପରା ଉପରୁ ଆସ୍ଥା ହରାଇନାହାନ୍ତି । ବିଶ୍ୱାସ ହେଉ ଅବା ଅନ୍ଧ ବିଶ୍ୱାସ ଚୋରି ହୋଇଥିବା ମା ଭୌରବୀଙ୍କ ମୂର୍ତ୍ତିକୁ ଠାବ କରି ଖୋଜି ଆଣିଛନ୍ତି ମା’ଙ୍କ ଲାଠି । ଆଜି ଏମିତି ଏକ ଚମକ୍ରାର ଘଟଣା ଦେଖିବାକୁ ମିଳିଛି ଖଇରପୁଟ ବ୍ଲକସ୍ଥ ପୁରୁଣାଗୁମ୍ମା ଗ୍ରାମରେ । ଗତକାଲି ପୁରୁଣାଗୁମ୍ମା ଗ୍ରାମରେ ଥିବା ମା’ଭୌରବୀଙ୍କ ପଥର ମୂର୍ତ୍ତିଟି ଚୋରି ହୋଇଥିଲା । ଏ ସମ୍ପର୍କରେ ଓରକେଲ ଥାନାରେ ଗ୍ରାମବାସୀମାନେ ଜଣାଥିଲେ ମଧ୍ୟ ମୂର୍ତ୍ତିର କିଛି ସନ୍ଧାନ ମିଳିନଥିଲା । ପୁରୁଣାଗୁମ୍ମାର ଜଣେ ମହିଳାଙ୍କୁ ହଠାତ୍ ମା’ଭୌରବୀଙ୍କ କାଳସି ଲାଗି କହିଥିଲେ ସେ ମୂର୍ତ୍ତିଟି ମୋର ଲାଠି ହିଁ ଠାବ କରିବି । ଚୋର ଅନ୍ୟ ଏକ ଗ୍ରାମରେ ମୂର୍ତ୍ତିଟି ଲୁଚାଇ ରଖିଛି ମୂର୍ତ୍ତି । ମନ୍ଦିର ପୂଜାରୀ ନନ୍ଦ ପୂଜାରୀ ମା’ଙ୍କ ନିକଟରେ ଅଧିଆ ପଡ଼ିଲା । ଆଜି ଗ୍ରାମବାସୀଙ୍କୁ ଜଣାଇଲେ ମା’ଙ୍କ ଲାଠିଧରି ବୁଲିଲେ ହିଁ ମୂର୍ତ୍ତି ଚୋରକୁ ଠାବ କରାଯାଇପାରିବ । ଗ୍ରାମବାସୀ ସେଇଆ କଲେ । ପୂଜାରୀଙ୍କ କଥାକୁ ବିଶ୍ୱାସକ ରି ମା’ଙ୍କ ଲାଠି ବୁଲାଇଥିଲେ । ଲାଠିଟି ଗାଦିପୁର ଗ୍ରାମ ଆଡ଼କୁ ଟାଣି ନେଇଥିଲା । ଦୀର୍ଘ ୮ କିମି ଦୂରରେ ଥିବା ଗାଦିପୁଟ ଗ୍ରାମରେ ଲାଠିଧାରୀ ସହ ଶହ ଶହ ପୁରୁଷ ମହିଳା ପହଞ୍ଚିଥିଲେ । ଲାଠିଟି ଏକ ନିର୍ଦ୍ଦିଷ୍ଟ ଘରେ ଯାଇ ଅଟକି ଯାଇଥିଲା । ସେହି ଘର କବାଟରେ ଚାବି ପଡ଼ିଯାଇଥିଲା । କବାଟ ଫାଙ୍କରେ ଦେଖିବା ବେଳକୁ ଚୋରି ହୋଇଥିବା ମା’ଭୌରବୀଙ୍କ ମୂର୍ତ୍ତିଟି ସେହି ଘରେ ଅଛି । ଘର ମାଲିକ ବାହାରକୁ ପଳାଇଥିଲେ । ଲଠିଧାରୀମାନେ ଘରର ଟାଇଲଗୁଡ଼ିକୁ କାଢ଼ି ଦେଇ ଘର ଭିତରକୁ ପଶିଥିଲେ । ମୂର୍ତ୍ତି ଚୋରି କରିଥିବା ଯୁବକ ମଧ୍ୟ ସେଠାରେ ପହଞ୍ଚିଥିଲା । ମା ମୋତେ ସ୍ୱପ୍ନରେ ଆସି ମୂର୍ତ୍ତି ଚୋରି କରି ଆଣିବାକୁ କାନ୍ଦିକି କହିଥିଲା । ଏହାକୁ ମୁଁ ପୂଜା କରିବା ପାଇଁ ଆଣିଛି । ଦେବି ନାହିଁ କହି ଅଡ଼ିବସିଥିଲା । ଗ୍ରାମବାସୀ ସେହି ଯୁବକ ହାତରେ ହିଁ ମା’ଙ୍କ ମୂର୍ତ୍ତିଟିକୁ ଧରାଇ ଦୀର୍ଘ ୧୦ କିମି ରାସ୍ତା ଚଲାଇ ଚଲାଇ ପୁରୁଣାଗୁମ୍ମାକୁ ନେଇ ଯାଇଥିଲେ । ମୂର୍ତ୍ତିଟିକୁ ଯଥାସ୍ଥାନରେ ରଖି ପୂଜା ପାଠ କରିଥିଲେ । ଚୋରକୁ ପୁଲିସ ଧରିପାି ନଥିବା ବେଳେ ମାଙ୍କ ଲାଠି ମୂର୍ତ୍ତି ଉଦ୍ଧାର କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।