ଗ୍ୟାଙ୍ଗଷ୍ଟାରଙ୍କ ସହ ମହିଳା ପୁଲିସଙ୍କ ବିବାହ

ଗ୍ୟାଙ୍ଗଷ୍ଟାରଙ୍କ ସହ ମହିଳା ପୁଲିସଙ୍କ ବିବାହ

ଗ୍ୟାଙ୍ଗଷ୍ଟାରଙ୍କ ସହ ମହିଳା ପୁଲିସଙ୍କ ବିବାହ
ନୋଏଡା : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୫ ବର୍ଷ ତଳେ ଏଠାରେ କାର୍ଯ୍ୟ କରୁଥିବା ଜନୈକ ମହିଳା କନଷ୍ଟେବଳ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସହ ପ୍ରେମରେ ପଡ଼ିଯାଇଥିଲେ । କୋର୍ଟ ମଧ୍ୟରେ ଗଢ଼ି ଉଠିଥିବା ଏହି ପ୍ରେମ ସମ୍ପର୍କ ଶେଷରେ ବିବାହର ରୂପ ନେଇଛି । ୨୦୧୪ ମସିହାରେ ରାହୁଏ ଥସରାନା ନାମକ ଏହି ଗ୍ୟାଙ୍ଗଷ୍ଟାର ଏକ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିଲେ । ଏହି ମାମଲାଟିର ସୁରଜପୁର ଅଦାଲତରେ ବିଚାର ହେଉଥିଲା । କୋର୍ଟକୁ ଯିବା ଆସିବା ସମୟରେ ସେ ପାୟଲ ନାମକ ଜଣେ ମହିଳା କନଷ୍ଟେବଳଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରାହୁଲ ଜାମିନ ପାଇ ବାହାରିବା ପରେ ମଧ୍ୟ ଉଭୟ ଫୋନ୍ ଯୋଗେ କଥା ହେଉଥିଲେ । ହତ୍ୟା ବ୍ୟତୀତ ରାହୁଲଙ୍କ ନାମରେ ୧୨ରୁ ଅଧିକ ଡକାୟତି ଏବଂ ଅପହରଣ ଭଳି ମାମଲା ମଧ୍ୟ ରହିଛି । ଉଭୟଙ୍କ ବିବାହ ନେଇ ସ୍ଥାନୀୟ ଏସପି ରଣବିଜୟ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି ପାୟଲ ନିଜ କର୍ତ୍ତବ୍ୟ ଠିକ୍ ରୂପେ ନିର୍ବାହ କରୁଥିଲେ କି ନାହିଁ ତାହାର ତଦାରଖ କରାଯିବ । ଯଦି ପାୟଲ ନିଜ କର୍ତ୍ତବ୍ରରେ ଅବହେଳା କରିଥିବାର ଜଣାପଡ଼େ ତେବେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।