ମରୁଭୂମିରେ ସହର!

ମରୁଭୂମିରେ ସହର!

ମରୁଭୂମିରେ ସହର!
ସାଧାରଣତଃ ମରୁଭୂମିରେ କିଛି କିଛି ସ୍ଥାନ ମାନଙ୍କରେ କ୍ଷୁଦ୍ର ଜଳଧାର, ଗଛପତ୍ର ରହିଥାଏ । ଯାହାକୁ ଆମେ ମରୁଦ୍ୟାନ ଭାବେ ଭାବିଥାଉ । ହେଲେ ମରୁଭୁମି ଭିତରେ ସହରଟିଏ ନାଁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ସହରଟିଏ ପେରୁ ମରୁଭୂମିର ମଧ୍ୟବର୍ତୀ ଅଂଚଳରେ ରହିଛି । ଏହି ସହରଟି ହ୍ୱେକାଚାଇନା ଭାବେ ନାମିତ ଏହି ଛୋଟିଆ ସହରଟି ଦକ୍ଷିଣ ପେରୁର ଆଇକା ପ୍ରଦେଶ ଇଲାକାରେ ଅନ୍ତର୍ଭୁକ୍ତ । ସହର ଠାରୁ ଏହାର ଦୂରତା ପ୍ରାୟ ପାଂଚ କିଲୋମିଟର । ଏକ କ୍ଷୁଦ୍ର ଜଳାଶୟ ଚାରିପଟେ ଗଲା ଦୁଇ ଦଶନ୍ଧି ଧରି ଜନବସତି ଗଢ଼ିଉଠିଛି । ଏବେ ତାହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣା ଶୁଣା ।