କୋହଲି ଦେଶର ସବୁଠାରୁ ଦାମୀ ପ୍ରସିଦ୍ଧ ବ୍ୟକ୍ତି: ପଡ଼ିଆ ବାହାରେ କୋହଲିଙ୍କ ବ୍ରାଣ୍ଡମୂଲ୍ୟ ବଢିଚାଲିଛି ।
କୋହଲି ଦେଶର ସବୁଠାରୁ ଦାମୀ ପ୍ରସିଦ୍ଧ ବ୍ୟକ୍ତି: ପଡ଼ିଆ ବାହାରେ କୋହଲିଙ୍କ ବ୍ରାଣ୍ଡମୂଲ୍ୟ ବଢିଚାଲିଛି ।
admin
Feb 6, 2020 - 07:41
Updated: Feb 6, 2020 - 07:41
ନୂଆଦିଲ୍ଲୀ: ତାଙ୍କର ବ୍ୟାଟିଂ ଦକ୍ଷତା ଓ ନେତୃତ୍ୱ ଯୋଗୁଁ ଦିନକୁ ଦିନ ବିରାଟ କୋହଲିଙ୍କ ଖ୍ୟାତି ବଢ଼ିବରରେ ଲାଗିଛି । ଭାରତୀୟ କ୍ରିକେଟ ପାଇଁ ଅଧିନାୟକ କୋହଲିଙ୍କ ଅବଦାନ ବେଶ ମୂଲ୍ୟବାନ । ତେଣୁ ପଡ଼ିଆ ବାହାରେ କୋହଲିଙ୍କ ବ୍ରାଣ୍ଡମୂଲ୍ୟ ଦିନକୁ ଦିନ ଲିବଢ଼ିଚାବା ନେଇ କେହି ବିସ୍ମିତ ହେବା ଅନୁଚିତ । କ୍ରମାଗତ ୩ ବର୍ଷ ଲାଗି କୋହଲି ଭାରତର ସବୁଠାରୁ ସେଲିବ୍ରିଟି( ପ୍ରସିଦ୍ଧ ବ୍ୟକ୍ତିତ୍ୱ) ହୋଇ ପାରିଛନ୍ତି । ନାମୀ ସଂସ୍ଥା ଡଫ ଏଣ୍ଡ ଫେଲପସ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ୨୦୧୮ ରେ କୋହଲିଙ୍କ ବ୍ରାଣ୍ଡମୂଲ୍ୟରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ବିରାଟ କୋହଲି ଭାରତର ସବୁଠାରୁ ମୂଲ୍ୟବାନ ଓ ଶକ୍ତିଶାଳୀ ବ୍ରାଣ୍ଡ ଭାବେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଏହି ଧାରାରେ ବଲିଉଡର ତାରକା ଅକ୍ଷୟ କୁମାର, ରଣବୀର ସିଂହ, ଦୀପିକା ପାଦୁକୋନ ଓ ଶାହାରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି କୋହଲି । କେବଳ ଏତିକି ନୁହେଁ, ବ୍ରାଣ୍ଡ ମୂଲ୍ୟରେ କେହି କୋହଲିଙ୍କ ପାଖରେ ମଧ୍ୟ ନାହାନ୍ତି ।
୨୦୧୯ ବର୍ଷ ବିରାଟ କୋହଲିଙ୍କର ସବୁଠାରୁ ସଫଳ ବର୍ଷ ଥିଲା । ୩ଟି ଯାକ ଫର୍ମାଟକୁ ମିଶାଇ କୋହଲି ଏହି ବର୍ଷ ୨୪୫୫ ଆନ୍ତର୍ଜାତିକ ରନ ସ୍କୋର କରିଛନ୍ତି । ଫଳରେ କ୍ରମାଗତ ୪ର୍ଥ ବର୍ଷ କୋହଲି ସର୍ବାଧିକ ଆନ୍ତର୍ଜାତିକ ସ୍କୋରର ହୋଇପାରିଛନ୍ତି । ୨୦୧୯ ରେ କୋହଲି ୭ଟି ଶତକ ହାସଲ କରିଛନ୍ତି ଏବଂ ଜୀବନର ସର୍ବାଧିକ ସ୍କୋର ଅପରାଜିତ ୨୫୪ ରନ କରିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ୨୦୧୯ ବିଶ୍ୱ କପ୍ର ସେମିଫାଇନାଲର ଖେଳିଥିଲା । ଉକ୍ତ ସର୍ଭେ ଅନୁସାରେ ଡଫ ଏଣ୍ଡ ଫେସପସ ଘୋଷଣା କରିଛତି ଯେ ୨୦୧୯ ରେ କୋହଲି ୨୩୭.୫ ନିୟୁତ ଡଲାର (୧୬୯୧ କୋଟି ଟଙ୍କା) ବିଜ୍ଞାପନରୁ ଆୟ କରିଛନ୍ତି । ୨ୟ ସ୍ଥାନରେ ଥିବା ବଲିଉଡ ତାରକା ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ହେଉଛି ୧୦୪.୫ ନିୟୁତ ଡଲାର (୭୪୪ କୋଟି ଟଙ୍କା) । ବଲିଉଡ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ ୯୩.୫ ନିୟୁତ ଡଲାର (୬୬୫ କୋଟି ଟଙ୍କା) ସହ ଯୁଗ୍ମ ୩ୟ ସ୍ଥାନ ରେ ଅଛନ୍ତି । ବଲିଉଡ ବାଦଶାହା ଶାହାରୁଖ ଖାଁ ୬୬୧ ନିୟୁତ ଡଲାର (୪୭୦ କୋଟି ଟଙ୍କା) ସହ ୫ମ ସ୍ଥାନରେ ରହିଛନ୍ତି । ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ୪୧୨ ନିୟୁତ ଡଲାର (୨୮୨ କୋଟି ଟଙ୍କା) ସହ ୯ମ ସ୍ଥାନରେ, ସଚିନ ତେନ୍ଦୁଲକର ୨୫୧ ନିୟୁତ ଡଲାର (୧୭୯ କୋଟି ଟଙ୍କା) ସହ ୧୫ ଶ ଏବଂ ରୋହିତ ଶର୍ମା ୨୩ ନିୟୁତ ଡଲାର (୧୬୪ କୋଟି ଟଙ୍କା) ସହ ୨୦ଶ ସ୍ଥାନରେ ରହିଛନ୍ତି ।