ଦିଲ୍ଲୀର ମୋହ ତ୍ୟାଗ କରି ପାଟନା ଫେରିଲେ ତେଜସ୍ବୀ ଯାଦବ

ଦିଲ୍ଲୀର ମୋହ ତ୍ୟାଗ କରି ପାଟନା ଫେରିଲେ ତେଜସ୍ବୀ ଯାଦବ

ଦିଲ୍ଲୀର ମୋହ ତ୍ୟାଗ କରି ପାଟନା ଫେରିଲେ ତେଜସ୍ବୀ ଯାଦବ
ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମିଳିତ ପ୍ରଚାର ଦେଖି ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଛାନିଆରେ ଦିଲ୍ଲୀ ଛାଡ଼ି ପାଟନା ଫେରିଯାଇଥିବା ଜଣାଯାଇଛି। ସେ ଦିଲ୍ଲୀର ମୋହ ତ୍ୟାଗ କରି ନିର୍ବାଚନ ପାଇଁ ପ୍ରଚାରକୁ ଅଧାରେ ଛାଡ଼ି ପାଟନା ଫେରି ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ନୀତିଶ କୁମାର ଶାହଙ୍କ ସହ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ପ୍ରଚାର କରିଛନ୍ତି | ଏହା ସହ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ମଧ୍ୟ ବିଜେପି ଓ ଜେଡିୟୁ ପକ୍ଷରୁ ନୀତିଶ କୁମାରଙ୍କର ୪ଟି ଜନସଭାର ଆୟୋଜନ କରାଯାଇଥିଲା | ବିହାରରେ ଏବେ ଚର୍ଚ୍ଚା ହେଉଛି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବନ୍ଧୁତା ଦେଖି ସେ ଜାଣିସାରିଲେଣି ଯେ ବିହାରରେ ବିଜେପି-ଜେଡିୟୁ ମେଣ୍ଟରେ ସବୁ ଠିକଠାକ୍ ଅଛି। ଏଣୁ ବିହାରରେ ବିଜେପି-ଜେଡିୟୁ ମେଣ୍ଟକୁ ଟକ୍କର ଦେବା ଲାଗି ସେ ଯୋଜନା କରୁଛନ୍ତି | କିଛି ଦିନ ତଳେ ଦିଲ୍ଲୀର ଚାରିଟି ଆସନରେ ଆରଜେଡି ବିଜୟୀ ହେବ ବୋଲି ତେଜସ୍ବୀ ଯାଦବ କହିଥିଲେ । ତା’ଛଡ଼ା ବିହାର ବିଧାନସଭା ନିର୍ବାଚନରେ ନୀତିଶଙ୍କ ସରକାରକୁ ସେ କ୍ଷମତାଚ୍ୟୁତ କରିବେ ବୋଲି କହିଥିଲେ।