ହକି ଆଗ, ପିଆଜ ପଛ: ବିଷ୍ଣୁ

ହକି ଆଗ, ପିଆଜ ପଛ: ବିଷ୍ଣୁ

ହକି ଆଗ, ପିଆଜ ପଛ: ବିଷ୍ଣୁ
ଭୁବନେଶ୍ୱର: ହକି ଆଗ, ପିଆଜ ପଛ । ରାଜ୍ୟ ସରକାର ହକିକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପିଆଜକୁ ନୁହେଁ । ଏଭଳି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏଥିସହ ନିର୍ଦ୍ଧାରତି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବୋନ ବନ୍ଦ ରଖିବାକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହାକୁ ଅଗଣତାନ୍ତ୍ରିକ ଓ ରାଜ୍ୟ ବିରୋଧୀ ବୋଲି ଶ୍ରୀ ସେଠୀ କହିଛନ୍ତି । ଏହାଛଡ଼ା ନିର୍ଦ୍ଧାରତି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବୋନ ବନ୍ଦ ରଖିବା ସମ୍ପୂର୍ଣ୍ଣଭାବେ ମନମାନୀ ଓ ସ୍ୱେଚ୍ଛାଚାରିତା । ନିର୍ଦ୍ଧିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ ରଖିଲେ । ସମ୍ପୂର୍ଣ୍ଣ ସମ୍ବେଦନହୀନଭାବେ ଓଡ଼ିଶାରେ ସରକାର ଚାଲିଛି । ସ୍ମିତାରାଣୀ ଓ ଟୋକନ ଅବ୍ୟବସ୍ଥା ପ୍ରସଙ୍ଗ ସତ୍ତ୍ୱେ ସରକାର ଆଲୋଚନା କଲେନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି । ପ୍ରକାଶ ଯେ, ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ଆଜି ଅଧାରୁ ସରିଯାଇଛି । ୧୩ ଦିନ ଚାଲିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ୍ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଥିବା କୁହାଯାଉଛି । ଚଳିତ ମାସ ୧୩ ତାରିଖରୁ ଅଧିବେସନ ଆରମ୍ଭ ହୋଇଥିଲା ।