ରାଜ୍ୟ ବିଜେପି ବାଟବଣା

ରାଜ୍ୟ ବିଜେପି ବାଟବଣା

ରାଜ୍ୟ ବିଜେପି ବାଟବଣା
ଭୁବନେଶ୍ୱର : ୟେସ ବ୍ୟାଙ୍କ ପ୍ରସଙ୍ଗରେ ଏବେ ରାଜ୍ୟ ବିଜେପି ବାଟବଣା ହୋଇଯାଇଛି । ଏଣୁ ମାଇଲେ ଗୋହତ୍ୟା ସେଣୁ ମାଇଲେ ବ୍ରହ୍ମହତ୍ୟା ନ୍ୟାୟରେ ବିଜେପି ନେତାମାନେ ସଂଶୟ ଅବସ୍ଥାରେ ରହିଛନ୍ତି । ଏମିତିକି କି ଆଭିମୁଖ୍ୟ ପୋଷଣ କଲେ ଦଳକୁ ସୁହାଇବ ସେଇ ବୁଦ୍ଧିବାଟ ବି ଦିଶୁନାହିଁ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ନେତାଙ୍କ ଆଭିମୁଖ୍ୟ ଗୋଟିଏ ପ୍ରକାର ଥିବାବେଳେ ରାଜ୍ୟ ବିଜେପି ନେତାଙ୍କର ଆଭିମୁଖ୍ୟ ଅନ୍ୟ ଏକ ପ୍ରକାର ରହିଛି । ଫଳରେ ବିଜେପିକୁ ଦୋମୁହାଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତପୋଷଣ କରୁଛନ୍ତି । ସମ୍ପ୍ରତି ୟେସ ବ୍ୟାଙ୍କରେ ମହାପ୍ରଭୂଙ୍କ ଅର୍ଥକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ଅର୍ଥ ସୁରକ୍ଷିତ ଅଛି କି ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏହି ପରିପ୍ରେକ୍ଷୀରେ ବିଜେଡ଼ି ଓ ବିଜେପିର ଆଭିମୁଖ୍ୟ ସଂକ୍ରାନ୍ତରେ ଆମେ ସମ୍ୟକ ଅନୁଶୀଳନ କରୁଛୁ । ବିଜେପିର ପ୍ରଶ୍ନ : ବିଜେପି କହୁଛି ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ କାହିଁକି ରଖାଗଲା । ଏବେ ବ୍ୟାଙ୍କ ବୁଡ଼ିଯାଇଥିବାରୁ ମହାପ୍ରଭୂଙ୍କ ଟଙ୍କା ବି ବୁଡ଼ିଯିବ । ବିଜେଡ଼ିର ଉତର : ୟେସ ବ୍ୟାଙ୍କକୁ ଆରବିଆଇ ପରିଚାଳନା କରିଥାଏ । ଯଦି ବ୍ୟାଙ୍କ ବୁଡ଼ିଯାଉଛି ତେବେ ଏଥିପାଇଁ ରାଜ୍ୟ ସରକାର ନୁହେଁ କେନ୍ଦ୍ର ସରକାର ହିଁ ଦାୟୀ । ଏଠାରେ ଖାଲି ମହାପ୍ରଭୂଙ୍କ ଟଙ୍କା ନାହିଁ ବରଂ ଦେଶବାସୀଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ରହିଛି । ଭଏସ ଅଫ ଓଡ଼ିଶାର ପ୍ରଶ୍ନ : ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖାଯାଇଛି ବୋଲି ବିଜେପି ବହୁ ପୂର୍ବରୁ ଜାଣିଛି । ତେବେ ଆଜି ଏତେ ହାଲାବୋଲ କାହିଁକି ? କ’ଣ ରାଜନୀତିକ ଫାଇଦା ପାଇଁ ? ରାଜ୍ୟ ସରକାରଙ୍କୁ ଆମର ପ୍ରଶ୍ନ : ରାଷ୍ଟ୍ରାୟତ ବ୍ୟାଙ୍କରେ ଅର୍ଥ ନରଖି ମହାପ୍ରଭୂଙ୍କ ଅର୍ଥ ଶ୍ରୀମନ୍ଦିର ପରିଚାଳନା କମିଟି ୟେସ ବ୍ୟାଙ୍କରେ କାହିଁକି ରଖିଲା ? ୟେସ ବ୍ୟାଙ୍କ ସହ ପ୍ରଶାସକ ଓ ଚାଟାର୍ଡ଼ ଆକାଉଂଟଙ୍କ ମଧ୍ୟରେ ଗୋପନ ବୁଝାମଣା ହୋଇନାହିଁ କି ? ଯଦି ହୋଇନି ଏଯାଏଁ ଏ ଦିଜଣଙ୍କ ମୁହଁରେ ତାଲା ପଡ଼ିଛି କାହିଁକି ? ତିରୁପତି ମନ୍ଦିରର ୧୩ ଶହ କୋଟି ଟଙ୍କା ଯଦି ଆସିପାରିଲା, ତେବେ ଜଗାଙ୍କ ଟଙ୍କା କାହିଁକି ଆସିପାରିଲା ନାହିଁ ? ବିଜେପି କହୁଛି ବ୍ୟାଙ୍କ ବୁଡ଼ିଯିବ - କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ କହୁଛନ୍ତି ବ୍ୟାଙ୍କ ବୁଡ଼ିବ ନାହିଁ । ପୂର୍ବଭଳି ବ୍ୟାଙ୍କ କାର୍ଯ୍ୟ ଜାରି ରହିବ । ସବୁ ଆକାଉଂଟଧାରୀ ନିଜ ନିଜର ପ୍ରାପ୍ୟ ଫେରିପାଇବେ । - ଅର୍ଥାତ୍ ସେହି ନ୍ୟାୟରେ ମହାପ୍ରଭୂ ଜଗନ୍ନାଥଙ୍କ ଟଙ୍କା ମଧ୍ୟ ଫେରି ଆସିପାରିବ । - ଏଇଟା ବିଜେପିର ଦୋମୁହାଁ ନୀତି ନୁହେଁ କି ? ଅର୍ଥମନ୍ତ୍ରୀଙ୍କ ଆଶ୍ୱାସନାକୁ ରାଜ୍ୟ ବିଜେପି ନେତାଏ କାହିଁକି ଗ୍ରହଣ କରୁନାହାନ୍ତି ? ଅନ୍ୟ ଏକ ବିଷୟଟି ହେଉଛି; ବିଜେଡ଼ି ସାଂସଦମାନଙ୍କର ଏବେ ନିଦ ଭାଙ୍ଗିଲା । ଦଫା ଦଫା କରି ସାଂସଦମାନେ ନିର୍ମଳାଙ୍କୁ ଭେଟି ସ୍ମାରକପତ୍ର ଦେଉଛନ୍ତି । ଏହାକୁ ବିଜେପିର ନେତା ଓ କର୍ମୀମାନେ ନାଟକ ବୋଲି କହୁଛନ୍ତି । - ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବି ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଛନ୍ତି । ଟଙ୍କା ପାଇଁ ଦାବି କରିଛନ୍ତି । ତା’ମାନେ ବିଜେପିର କେନ୍ଦ୍ରମନ୍ତ୍ରୀ କ’ଣ ନାଟକ କରୁଛନ୍ତି କି ? ଭଏସ ଅଫ ଓଡ଼ିଶାର ପ୍ରଶ୍ନ : ଏଯାଏଁ ଧର୍ମେନ୍ଦ୍ର ପ୍ରଧାନ ଚୁପ କାହିଁକି ? ନବୀନ ନିବାସରେ ସେ ଖାଇଥିବା ମିଡ଼ ଡ଼େ’ ମିଲ କ’ଣ ହଜମ ହୋଇନି ?