ଅନୁଭବଙ୍କ ଦାବି ।

ଅନୁଭବଙ୍କ ଦାବି ।

ଅନୁଭବଙ୍କ ଦାବି ।
ରେଳପଥ ଯୋଗାଯୋଗ କ୍ଷେତ୍ରରେ ଓଡିଶାକୁ ବିଶେଷ ପ୍ରାଧାନ୍ୟ ଦେବକୁ ବିଜେଡି ପକ୍ଷରୁ ଲୋକସଭାରେ ଦାବି କରାଯାଇଛି । ରେଳ ମନ୍ତ୍ରାଳାୟ ଖର୍ଚ୍ଚ ଅନୁଦାନ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହି ଦାବି କରିଛନ୍ତି । ସେ କହିଛନ୍ତି, ଓଡିଶା ରେଳ ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କଠାରୁ ବହୁ ପଛରେ ଅଛି । ବର୍ଷ ବର୍ଷ ଧରି ଅନେକ ପ୍ରକଳ୍ପ ନିର୍ମାଣ ହେଉଛି ହେଲେ ସେଗୁଡିକ ଏବେ ବି ଶେଷ ହୋଇନାହିଁ । କେନ୍ଦ୍ର ସରକାର ଶୀଘ୍ର ଆବଶ୍ୟକ ପଦକ୍ଷେପ ନେଇ ଏଗୁଡିକୁ ଶେଷ କରନ୍ତୁ ବୋଲି ସେ ଦାବି କରି କହିଛନ୍ତି । ଓଡିଶା ସରକାର ଏଦିଗରେ ସମସ୍ତ ସହଯୋଗ କରିବ ବୋଲି ମଧ୍ୟ ଅନୁଭବ କହିଛନ୍ତି । ଦେଶର ବିକାଶ ପାଇଁ ସାମାଜିକ ଓ ଆର୍ଥôକ ବିକାଶ ଅତ୍ୟନ୍ତ ଜରୁରି ବୋଲି ଓଡିଶା ସରକାର ବିଶ୍ୱାସ କରନ୍ତି । ହେଲେ ଦେଶ ସ୍ୱାଧିନ ପରଠାରୁ ରାଜ୍ୟରେ ମାତ୍ର ୫ଟି ରେଳପଥ ସମ୍ପୂର୍ଣ୍ଣ ହୋଇଛି । ଦୁର୍ଭାଗ୍ୟର କଥା ୬ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ଲୋକେ ରେଳପଥ ଦେଖିନାହାନ୍ତି । ଏଥିପାଇଁ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ସାଂସଦ ଅନୁଭବ ଦାବି କରିଛନ୍ତି ।