ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ତିକ୍ତତା

ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ତିକ୍ତତା

ବିଜେପି ଓ  ଏଆଇଏଡିଏମକେ ମଧ୍ୟରେ  ତିକ୍ତତା
ଚେନ୍ନାଇ: ତାମିଲନାଡୁରେ ବିଜେପି ଏବଂ ଏଆଇଏଡିଏମକେ ମଧ୍ୟରେ ହଠାତ ତିକ୍ତତା ବଢ଼ିଯାଇଛି । ରାଜ୍ୟ ବିଜେପି ନେତାମାନଙ୍କର କେତେକ ପଦକ୍ଷେପରେ ଶାସନ ଏଆଇଏଡିଏମକେ କ୍ଷୁବ୍ଧ ହୋଇଥିବା ବେଳେ ବିଜେପିକୁ କଡ଼ା ଚେତାବନୀ ଦେଇଛି । ଏଆଇଏଡିଏମକେ ପୁଣି କ୍ଷମତାକୁ ଆସିଲେ ବିଜେପି ସରକାରରେ ସାମିଲ କରାଯିବ କି ନାହିଁ ବୋଲି ଦଳର ଉପ ସଂଯୋଜକ କେପି ମୁନୁସ୍ୱାମୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀଙ୍କୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପିକୁ ସ୍ୱୀକାର କରିବାକୁ ପଡିବ ଏବଂ ଏଆଇଏଡିଏମକେର ସର୍ତ୍ତରେ ରହି କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି । ‘ଏଆଇଏଡିଏମକେକୁ ବରିଷ୍ଠ ସହଯୋଗୀ ଭାବେ ଗ୍ରହଣ କରି ସେହି ଆଧାରରେ ବିଜେପିକୁ କାମ କରିବାକୁ ହେବ । ଅନ୍ୟଥା ଆମେ ଆଗାମୀ ନିର୍ବାଚନୀ ମେଣ୍ଟ ନେଇ ପୁନର୍ବିଚାର କରିବୁ ବୋଲି ମୁନୁସ୍ୱାମୀ ଚେତାବନୀ ଦେଇଛନ୍ତି ।